ନୀତିଶ କୁମାରଙ୍କ ବଡ଼ ବୟାନ । କହିଲେ, ମଦ ପିଉଥିବା ଲୋକ ଭାରତୀୟ ନୁହନ୍ତି, ସେମାନେ ମହାପାପି ।

196

କନକ ବ୍ୟୁରୋ : ଯେଉଁମାନେ ମଦ ପିଅନ୍ତି ସେମାନେ ମହାପାପୀ । ସେମାନେ କେବେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅନୁସରଣ କରନ୍ତିନି । ସେମାନେ କେବେ ଭାରତୀୟ ବୋଲି କହିପାରିବେନି । ବିହାର ବିଧାନସଭାରେ ଏକସାଇଜ୍ ଆମେଂଡମେଂଟ ବିଲ୍ ପାରିତ ହେବା ବେଳେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଯାହାକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ନୀତିଶ କୁମାରଙ୍କ ବଡ଼ ବୟାନ । ‘ମଦ ପିଉଥିବା ଲୋକ ମହାପାପି’ । ମଦକୁ ବିରୋଧ କରି ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏଭଳି ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି । ନିକଟରେ ବିଜେପି ଏବଂ ବିରୋଧୀ ଦଳ ଆରଜେଡିର ବିଧାୟକ ଦାବି କରିଥିଲେ ସରକାର ଠିକ୍ ଭାବରେ ମଦ ବ୍ୟାନ ଆଇନ କାର୍ଯ୍ୟକାରୀ କରୁନାହାନ୍ତି । ତେଣୁ ବିଷାକ୍ତ ମଦ ପିଇ ଅନେକ ମୃତ୍ୟୁବରଣ କରୁଛନ୍ତି ।

ବୁଧବାର ବିହାର ସରକାର ବିଧାନସଭାରେ ଏକସାଇଜ ଆମେଣ୍ଡମେଂଟ ବିଲ୍ ୨୦୨୨ ପାରିତ ହୋଇଛି । ଏହାପରେ ନୀତିଶ ଏପରି ବୟାନ ଦେଇଛନ୍ତି । ନୂଆ ନିୟମ ଅନୁସାରେ ଜଣେ ପ୍ରଥମ ଥର ପାଇଁ ମଦ ପିଇ ଧରାପଡିଲେ ଜୋରିମାନା ଦେଇ ଜାମିନ୍ ପାଇବେ । ଯଦି ଜୋରିମାନା ନଦେବେ ତାହେଲେ ମାସେ ଜେଲରେ ରହିବାକୁ ହେବ ।

ବିରୋଧୀ ଆରଜେଡି କହୁଛି ରାଜ୍ୟରେ ମଦ ବ୍ୟାନ କେବଳ ଖାତା କଲମରେ ରହିଛି । ଅନ୍ୟପଟେ ବିଜେପି କହିଛି ରାଜ୍ୟରେ ସରକାରୀ ବାବୁ ଠିକ୍ ଭାବରେ ଆଇନ କାର୍ଯ୍ୟକାରୀ କରୁନାହାନ୍ତି । ତେଣୁ ବେଆଇନ୍ ମଦ ବିକ୍ରି ବଢୁଛି । ମିଳିଥିବା ସୂଚନା ଅନୁସାରେ ଗତବର୍ଷ ପ୍ରଥମ ୬ ମାସରେ ବିଷାକ୍ତ ମଦ ପିଇ ୬୦ ଜଣ ପ୍ରାଣ ହରାଇଥିଲେ । ରାଜ୍ୟରେ ମଦ ବ୍ୟାନ ହୋଇଥିବା ବେଳେ କିଭଳି ମଦ କାରବାର ଚାଲୁଛି କହି ନୀତିଶ ସରକାର ବାରମ୍ବାର ବିରୋଧୀଙ୍କ ପ୍ରଶ୍ନର ଶିକାର ହୁଅନ୍ତି ।