ସମ୍ପୂର୍ଣ୍ଣ ଟିକା ନେଇଥିଲେ ମୃତ୍ୟୁ ଆଶଙ୍କା ୧୬ ଗୁଣା କମ୍ : ଅଷ୍ଟ୍ରେଲିୟା ଓ ଆମେରିକାର ଅଧ୍ୟୟନରୁ ମିଳିଲା ତଥ୍ୟ

ସମ୍ପୂର୍ଣ୍ଣ ଟିକା ନେଇଥିଲେ ମୃତ୍ୟୁ ଆଶଙ୍କା ୧୬ ଗୁଣା କମ୍ : ଅଷ୍ଟ୍ରେଲିୟା ଓ ଆମେରିକାର ଅଧ୍ୟୟନରୁ ମିଳିଲା ତଥ୍ୟ

କନକ ବ୍ୟୁରୋ : କରୋନାର ସଂପୂର୍ଣ୍ଣ ଟିକା ନେଇଥିଲେ ମୃତ୍ୟୁ ଆଶଙ୍କା ୧୬ ଗୁଣା କମ୍ । ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହେବାର ଆଶଙ୍କା ବି କମ୍ । ଅଷ୍ଟ୍ରେଲିଆର ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି । ଆମେରିକାର ଟେକ୍ସାସରେ ମଧ୍ୟ ଏନେଇ ପୃଥକ ଭାବେ ତଥ୍ୟ ସଂଗ୍ରହ ହୋଇଛି ।  ଅଧ୍ୟୟନରୁ ଜଣାଯାଇଛି ଯେ, ଟିକା ନେଇନଥିବା ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୧୬ ଜଣଙ୍କ କରୋନାରେ ମୃତ୍ୟୁ କିମ୍ବା ଆଇସିୟୁରେ ଭର୍ତ୍ତି ହେଉଥିବା ବେଳେ ଟିକା ନେଇଥିବା ୧୦୦,୦୦୦ ଲୋକଙ୍କ ମଧ୍ୟରୁ ଜଣଙ୍କର କରୋନାରେ ମୃତ୍ୟୁ ହେଉଛି ।

ଟିକା ନେଇନଥିବା ଲୋକ ଟିକା ନେଇଥିବା ଲୋକଙ୍କଠାରୁ ୨୦ ଗୁଣା ଅଧିକ ବିପଦରେ ଅଛନ୍ତି ବୋଲି ୪ ସପ୍ତାହର ଅଧ୍ୟୟନରୁ ଜଣାପଡ଼ିଛି । ୩୦ରୁ ୪୦ ବର୍ଷ ମଧ୍ୟରେ ଟିକା ନେଇନଥିବା ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ବିପଦ ୪୮ ଗୁଣା ଅଧିକ ଥିବାବେଳେ ୪୦ରୁ ୫୦ ବର୍ଷ ବୟସ ବର୍ଗରେ ଥିବା ଲୋକଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ୬୩ ଗୁଣା ଅଧିକ। କରୋନା ମହାମାରୀ ମଧ୍ୟ ବିଭିନ୍ନ ରାଷ୍ଟ୍ରରେ ଲୋକଙ୍କ ହାରାହାରି ଆୟୁ ଉପରେ ପ୍ରଭାବ ପକାଇଛି ଏବଂ ଆୟୁ ନଷ୍ଟ ନଷ୍ଟ ହେଉଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୬୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୩,୮୮,୫୭୯ରେ ପହଞ୍ଚିଛି ।

ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୪,୬୧,୮୪୯କୁ ବୃଦ୍ଧି ପାଇଛି। ‌ଦେଶରେ ଆରୋଗ୍ୟ ହାର ଏବେ ୯୮.୨୫ ପ୍ରତିଶତ । ଗତ ୨୪ ଘଣ୍ଟାରେ ଦେଶରେ ୧୧,୯୬୧ ଜଣ କରୋନାରେ ସୁସ୍ଥ ହୋଇଛନ୍ତି ଏବଂ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୭,୮୭,୦୪୭ରେ ପହଞ୍ଚିଛି । ସକ୍ରିୟ ମାମଲା ୧,୩୯,୬୮୩ ରହିଥିବା ବେଳେ ୨୬୪ ଦିନରେ ଏହା ସବୁଠୁ କମ୍‌। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୯୦ ପ୍ରତିଶତ ରହିଛି ଏବଂ ଲଗାତାର ୩୭ ଦିନ ଧରି ଦେଶରେ ଏହା ୨ ପ୍ରତିଶତ ତଳେ ରହିଛି । ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୨୦ ପ୍ରତିଶତ ରହିଛି । ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ମିଜୋରାମରୁ ୮୩.୧୯ ପ୍ରତିଶତ ମାମଲା ଚିହ୍ନଟ ହୋଇଥିବାବେଳେ କେରଳରେ କେବଳ ୫୫.୯ ପ୍ରତିଶତ ମାମଲା ଚିହ୍ନଟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe