କନକ ବ୍ୟୁରୋ: ବାଲେଶ୍ୱର ଚନ୍ଦନେଶ୍ୱରରେ ଚାଲିଥିବା ଚଡକ ମେଳାର ଆଜି ହେଉଛି ଶେଷ ଦିନ । ମେଳାର ଶେଷ ଦିନରେ ଭକ୍ତ ନିଜ ଦେହରେ ଭକ୍ତିର କଣ୍ଟା ଫୁଟାଇଛନ୍ତି । ମାନସିକ ରଖି ବ୍ରତ ପାଳନ କରୁଥିବା ପାଟୁଆମାନେ ନିଜ ଦେହରେ ହଜାର ହଜାର କଣ୍ଟା ଫୋଡି ମେଢ ତିଆରି କରିଛନ୍ତି । କିଏ ହଜାରେ କଣ୍ଟା ଫୋଡିଛନ୍ତି ତ ଆଉ କିଏ ୨ ହଜାର କଣ୍ଟା ଫୋଡିଛନ୍ତି । ଦେହରେ କଣ୍ଟା ଫୋଡି ହାକାଣ୍ଡ ପୋଖରୀ ନିକଟରୁ ମନ୍ଦିର ପର୍ଯ୍ୟନ୍ତ ଚାଲି ଚାଲି ଯାଇଛନ୍ତି । ମାନସିକ ଅନୁସାରେ ଜଣେ ଜଣେ ବ୍ୟକ୍ତି ୧୨ରୁ ୧୫ ବର୍ଷ ଯାଏଁ ଏହିଭଳି କରିଥାନ୍ତି ।
ଦେହରେ ଭରିଲେ ଭକ୍ତିର କଣ୍ଟା। ଚନ୍ଦନେଶ୍ୱର ଚଡକ ମେଳାରୁ ଆସିଲା ଭକ୍ତଙ୍କ ଦେହରେ କଣ୍ଟା ଫୁଟାଇବାରୁ ଦୃଶ୍ୟ।
/kanak/media/post_attachments/wp-content/uploads/2023/04/18-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)