ଭାରତ ଥୋମାସ କପ ଚାମ୍ପିୟନ । ୭୩ ବର୍ଷ ପରେ ଇତିହାସ ରଚିଲେ ଭାରତୀୟ ସଟଲର । 

98

କନକ ବ୍ୟୁରୋ : ଥୋମାସ କପ ଚାମ୍ପିୟନ ହେଲା ଭାରତ । ପ୍ରଥମ ଥର ଏହି କପ ଜିତିବା ସହ ଇତିହାସ ରଚିଛି ଭାରତୀୟ ପୁରୁଷ ଟିମ୍ । ୭୩ ବର୍ଷ ପରେ ଏହି ଐତିହାସିକ ସଫଳତା ହାସଲ କରିଛି । ଫାଇନାଲରେ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରି ଏହି ସଫଳତା ପାଇଛି ଦଳ । ୧୪ ଥରର ବିଜେତାକୁ ହରାଇ କ୍ଲିନ ସୁଇପ କରିଥିଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ । ପ୍ରଥମ ମ୍ୟାଚରେ ଲକ୍ଷ୍ୟ ସେନ ଏନ୍ଥୋନୀ ସିନିସୁକାଙ୍କୁ ୮-୨୧,୨୧-୧୭,୨୧-୧୬ରେ ପରାସ୍ତ କରିଛନ୍ତି । ଦ୍ୱିତୀୟ ମୁକାବିଲାରେ ରାଙ୍କି ରେଡ୍ଡୀ, ଚିରାଗ ସେଟ୍ଟୀ ଯୋଡି ୧୮-୨୧, ୨୩-୨୧, ୨୧-୧୯ରେ ଜିତି ନେଇଛନ୍ତି । ସେହିଭଳି ତୃତୀୟ ମ୍ୟାଚରେ କାଦାମ୍ବୀ ଶ୍ରୀକାନ୍ତ ଜୋନାଥନ କ୍ରିଷ୍ଟି ୨୧-୧୫,୨୩-୨୧ରେ ହରାଇବା ସହ ଭାରତ ପାଇଁ ଏହି ସ୍ୱର୍ଣ୍ଣିମ ବିଜୟ ହାସଲ କରିଛନ୍ତି ।

 

ଭାରତୀୟ ଟିମ ମାଲେସିଆ ଏବଂ ଡେନମାର୍କକୁ ହରାଇ ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ପ୍ରବେଶ ପରେ ୧୪ ଥରର ଥୋମାସ କପ ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଛି ।

HISTORY🇮🇳CREATED !

Congratulations to the Indian men’s badminton team’s for winning the Thomas Cup!

This extraordinary feat, with succesive victories over Malaysia, Denmark and Indonesia, calls for matching honour by the nation.

1/2 pic.twitter.com/P3bTgsdtOS

— Anurag Thakur (@ianuragthakur) May 15, 2022

କାଦାମ୍ବୀ ଶ୍ରୀକାନ୍ତ ଜୋନାଥନ କ୍ରିଷ୍ଟି ୨୧-୧୫,୨୩-୨୧ରେ ହରାଇଥିଲେ । ତେବେ ପ୍ରଥମ ଗେମ ଶ୍ରୀକାନ୍ତ ଅତି ସହଜରେ ହାତେଇଥିଲେ । ତେବେ ଦ୍ୱିତୀୟ ଗେମରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ଶେଷ ପର୍ଯ୍ୟନ୍ତ କଡା ଟକ୍କର ପରେ ଲାଗୁଥିଲା ତୃତୀୟ ଗେମକୁ ଯିବ । କିନ୍ତୁ, ଜବରଦସ୍ତ କମବ୍ୟାକ କରିବା ସହ ମ୍ୟାଚ ଆଉ ଥୋମସ କପ ଭାରତକୁ ଭେଟି ଦେଇଥିଲେ ଶ୍ରୀକାନ୍ତ । ଏହି ବିଜୟ ପରେ ଭାରତୀୟ ଖେଳୀଳୀଙ୍କୁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର । ଏହା ସହ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।