କନକ ବ୍ୟୁରୋ: ଦୀର୍ଘ ୮ରୁ ୯ ମାସ ହେଲା ବନ୍ଦ ରହିଛି ଯାତ୍ରା । କରୋନା ଯୋଗୁଁ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିବାରୁ କଳାକାର ଅଭାବ ଅସୁବିଧାରେ ଦିନ କାଟୁଛନ୍ତି । ଏବେ ଖଣ୍ଡଗିରି ମାଘ ମେଳ୍ରାେ ଯାତ୍ରା ପାର୍ଟିକୁ ଅନୁମତି ମିଳିବ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । କମ ସଂଖ୍ୟକ ଦର୍ଶକଙ୍କୁ ନେଇ ଯାତ୍ରା କରିବା ପାଇଁ ପ୍ରଶାସନର ପ୍ରସ୍ତାବରେ ଯାତ୍ରା କମିଟି ରାଜି ହୋଇ ନାହିଁ । ତେଣୁ ସରକାରଙ୍କୁ ଯାତ୍ରା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ଯାତ୍ରା କଳାକାର ।
ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି । ହେଲେ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଓ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବା ପାଇଁ ସର୍ତ୍ତ ରହିଛି । ହେଲେ ଏତିକିରେ ଯାତ୍ରା ପାର୍ଟି ଗୋଟିଏ ରାତି ପାଇଁ ଯେତେ ଖର୍ଚ୍ଚ କରନ୍ତି, ସେତକ ମଧ୍ୟ ବାହାରିବ ନାହିଁ ବୋଲି କହିଛନ୍ତି କଳାକାର । କରୋନା ଯୋଗୁଁ ଯାତ୍ରା ଉପରେ କଟକଣା ପରେ ଅଭାବ ଅସୁବିଧାରେ ଦିନ କାଟୁଛନ୍ତି କଳାକାର ଓ ତାଙ୍କ ପରିବାର । କେବଳ କଳାକାର ନୁହଁନ୍ତି, ଯାତ୍ରା ଉପରେ ନିର୍ଭର କରିବା ପରିବାର ଚଳାଉଥିବା ଲୋକ ବି ରୋଜଗାର ହରାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/26-3.jpg)