ପ୍ରଶାସନ ନୁହେଁ ବରଂ ଚଳିତଥର ଶ୍ରୀମନ୍ଦିର ସଜାଇବାର ଦାୟିତ୍ୱ ନେବେ ଭକ୍ତ ! କାମ କରିବେ ୨୦୦ କାରିଗର
ଏଥର ରଥଯାତ୍ରାରେ ଶ୍ରୀକ୍ଷେତ୍ରରେ ନୂଆ ଝଲକ ଦେଖିବାକୁ ମିଳିବ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେତେ ଦିନ ଠାକୁର ରହିବେ ସବୁ ଦିନ ଏହା ଫୁଲରେ ସଜ୍ଜା ହେବ। ଏହି ଦାୟିତ୍ବ ଶ୍ରୀ ଶର୍ମା ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଶ୍ରୀ ଶର୍ମା ଦିଲ୍ଲୀର ୨୦୦ରୁ ଅଧିକ ଫୁଲ ସଜାଇବା କାରିଗର ନେଇ ଆସିଛନ୍ତିା ଏମାନେ ଆସନ୍ତାକାଲିଠାରୁ କାମ ଆରମ୍ଭ କରିବେ। ସେହିଭଳି ସୁନାବେଶ ଓ ନିଳାଦ୍ରୀ ବିଜେ ଦିନ ମଧ୍ୟ ଶ୍ରୀମନ୍ଦିର ସଜା ହେବ। ଏହାର ସମସ୍ତ ଖର୍ଚ୍ଚ ଶ୍ରୀ ଶର୍ମା ବହନ କରିବେ। ଏଥିପାଇଁ ସେ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ନେଇଛନ୍ତି। ତେବେ ଏହି ଫୁଲ ସଜାରେ ୧୫ରୁ ୨୦ ଟ୍ରିପ୍ ଫୁଲ ଲାଗିବ ଓ ଆନୁମାନିକ ୧୫ରୁ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।
Comments are closed.