ଏବର୍ଷ ଭବାନୀପାଟଣାରେ ଭକ୍ତଙ୍କ ବିନା ଆୟୋଜନ ହେବ ଛତରଯାତ୍ରା; ପଶୁବଳି ମଧ୍ୟ ନିଷେଧ

Advertisment
ଏବର୍ଷ ଭବାନୀପାଟଣାରେ ଭକ୍ତଙ୍କ ବିନା ଆୟୋଜନ ହେବ ଛତରଯାତ୍ରା; ପଶୁବଳି ମଧ୍ୟ ନିଷେଧ

କନକ ବ୍ୟୁରୋ : ଜନସମାଗମ ଓ କରୋନାଭାଇରସ୍ ସଂକ୍ରମଣ ବିସ୍ତାର ରୋକିବାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ କଟକଣା ମଧ୍ୟରେ ପ୍ରସିଦ୍ଧ ଛତରଯାତ୍ରା ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି।

ଏ ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି ଯେ, କୋଭିଡ୍-୧୯ ମହାମାରୀ କାରଣରୁ ଏ ବର୍ଷ ଦେବୀ ମାଣିକେଶ୍ବରୀଙ୍କ ଉତ୍ସବ ଭକ୍ତଙ୍କ ବିନା ଆୟୋଜନ କରାଯିବ।

ଏଥର ଅକ୍ଟୋବର ୨୪ ତାରିଖରେ ଛତରଯାତ୍ରା ପଡୁଛି।

ନିଷ୍ପତ୍ତି ଅନୁସାରେ, ମନ୍ଦିର ଭିତରକୁ ପ୍ରବେଶ କରିବାକୁ କି, ଯାତ୍ରରେ ଭାଗ ନେବାକୁ କୌଣସି ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ଯାତ୍ରା ଉପ‌ଲକ୍ଷେ ମାଣିକେଶ୍ବରୀ ମନ୍ଦିରରେ ଦିଆଯାଉଥିବା ପଶୁବଳି ମଧ୍ୟ ନିଷେଧ ହୋଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ପ୍ରତିବର୍ଷ ଦେବୀ ମାଣିକେଶ୍ବରୀଙ୍କ ଛତରଯାତ୍ରା ବେଳେ ଜିଲ୍ଲା ପ୍ରଶାସନ ପଶୁବଳି ନିଷିଦ୍ଧ କରେ। ନିଷେଧାଦେଶ ସତ୍ତ୍ବେ ଆପଣା ମନସ୍କାମନା ପୂର୍ଣ୍ଣ ହେବା ଉଦ୍ଦେଶ୍ୟରେ ଭକ୍ତମାନ‌େ ଶହ ଶହ ନିରୀହ ପ୍ରାଣୀଙ୍କୁ ବଳି ପକାନ୍ତି।

ଏହି ଧାର୍ମିକ ଅନୁଷ୍ଠାନରେ, ସକାଳୁ ଗୁପ୍ତ ନୀତି ସମାପନ ପରେ ମନ୍ଦିର ମଧ୍ୟରୁ ଦେବୀ ମାଣିକେଶ୍ବରୀଙ୍କର ଏକ ସୁସଜ୍ଜିତ ଛତର ଭବାନୀପାଟଣା ଉପକଣ୍ଠକୁ ନିଆଯାଏ। ସେଠାରୁ ମନ୍ଦିରକୁ ଏହି ଛତର ବାହୁଡ଼ାଇ ଆଣିବାକୁ ଛତରଯାତ୍ରା କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe