୭୧ ତମ ସାଧାରଣତନ୍ତ୍ର ଦିବସକୁ ନେଇ ସବୁଠି ଉତ୍ସବର ପରିବେଶ । ରାଜପଥରେ ଆକର୍ଷଣୀୟ ପରେଡ ସହିତ ସେନା ଦେଖାଇବ ଶକ୍ତି ,ପ୍ରଜ୍ଞାପନ ମେଢରେ ଝଲସିବ ଭାରତୀୟ ସଂସ୍କୃତି

229

କନକ ବ୍ୟୁରୋ : ଆଜି ସାରା ଦେଶ ପାଳୁଛି ୭୧ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ରର ଉତ୍ସବର ପରିବେଶ । ଆଜି ଦେଶର ସଂବିଧାନର ୭୧ ବର୍ଷରେ ପାଦ ରଖିଛି । ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ଆୟୋଜନ ହେଉଛି ଭବ୍ୟ ପରେଡ । ତିନି ସେନାର ଜବାନଙ୍କ ସହିତ ଏନସିସି କ୍ୟାଡେଟ୍ ଓ ବିଭିନ୍ନ ଅସ୍ତ୍ରଶସ୍ତ୍ରର ଭବ୍ୟ ପରେଡ ଦେଖିବାକୁ ମିଳିବ ରାଜପଥରେ । ପରେଡ ସହିତ ବିଭିନ୍ନ ରାଜ୍ୟର ସୁସଜ୍ଜିତ ଝାଙ୍କି ମଧ୍ୟ ରାଜପଥରେ ହଜାର ହଜାର ଜନତାଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିବ । ଭାରତୀୟ ସେନା ଜବାନଙ୍କ ଡେୟାର ଡେଭିଲ ସୋ ମଧ୍ୟ ଦର୍ଶକଙ୍କୁ ଅଭିଭୂତ କରିବ ।

ଏହି ଅବସରରେ ରାଜପଥରେ ପତାକା ଉତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆମର ପରମ୍ପରା ଅନୁସାରେ ପ୍ରତି ସାଧାରଣତନ୍ତ୍ର ଦିବସ ପରେଡରେ ଜଣେ ବିଶ୍ୱ ନେତୃବୃନ୍ଦଙ୍କୁ ଅତିଥୀ ଭାବେ ନିମନ୍ତ୍ରଣ କରାଯାଇଥାଏ । ଏହି କ୍ରମରେ ଚଳିତ ବର୍ଷ ସାଧାରଣ ତନ୍ତ୍ର ଦିବସ ଅବସରରେ ଭାରତର ଅତିଥୀ ହୋଇଛନ୍ତି ବ୍ରାଜିଲ ରାଷ୍ଟ୍ରପତି । ରାଜପଥରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବ୍ରାଜିଲ ରାଷ୍ଟ୍ରପତି ମଧ୍ୟ ପରେଡ ଦେଖିବେ ।