୨୪ ବର୍ଷରେ ୨୩ ପିଲାର ମଆ । ଆଶ୍ଚର୍ଯ୍ୟ କରିଦେବ ଏହି ମହିଳାଙ୍କ କାହାଣୀ

316

କନକ ବ୍ୟୁରୋ : ଆପଣ କେବେ ଶୁଣିଛନ୍ତି କି, ଜଣେ ମହିଳା ୨୪ ବର୍ଷ ବୟସରେ ୨୧ ପିଲାର ମାଆ ହେବା କଥା । ଏହି କଥାଟି ଯିଏ ବି ଶୁଣିବ ସିଏ ଆଶ୍ଚର୍ଯ୍ୟ ହୋଇଯିବ । ଆଶ୍ଚର୍ଯ୍ୟ ହେବାବି ସ୍ୱାଭାବିକ୍ କଥା । କାରଣ ଜଣେ ୨୪ ବର୍ଷ ବୟସରେ ୨୧ ପିଲାଙ୍କ ମାଆ ହେବା ଅସମ୍ଭବ । କିନ୍ତୁ ଏପରି ଏକ ଘଟଣା ଋଷରୁ ସାମ୍ନାକୁ ଆସିଛି ।
ଋଷର ମୂଳ ନିବାସୀ ୨୪ ବର୍ଷିୟ କ୍ରିଷ୍ଟିନା ଏବେ ୨୧ଟି ପିଲାର ମାଆ । ଏହି ୨୧ଟି ପିଲାଙ୍କୁ ଭଲରେ ଲାଳନପାଳନ କରିବା ପାଇଁ ୧୬ଜଣ ମହିଳା କର୍ମଚାରୀ ଘରେ ନିୟୋଜିତ ଅଛନ୍ତି । ଯେଉଁମାନଙ୍କ ପଛରେ ପ୍ରତିମାସ ପ୍ରାୟ ୭୨ ଲକ୍ଷ ୮ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି କ୍ରିଷ୍ଟିନାଙ୍କୁ । ଏଠି ଆପଣ ଭାବୁଥିବେ ୨୪ବର୍ଷ ବୟସରେ କ୍ରିଷ୍ଟିନାଙ୍କର ୨୧ଟି ପିଲା ଆସିଲେ କେମିତି ।
ତେବେ ଜର୍ଜିୟାର ଜଣେ କୋଟିପତି ବ୍ୟକ୍ତି ଗୋଲିଫଙ୍କ ସ୍ତ୍ରୀ ହେଉଛନ୍ତି କ୍ରିଷ୍ଟିନା । ଏହି ନବ ଦମ୍ପତ୍ତି ଗତ ବର୍ଷ ମାର୍ଚ୍ଚ ମାସଠାରୁ ଚଳିତ ମାସ ଜୁଲାଇ ମାସ ମଧ୍ୟରେ ସେରୋଗେଟ୍ସ ମାଧ୍ୟମରେ ୨୧ଟି ପିଲାର ପିତା ମାତା ହୋଇପାରିଛନ୍ତି । ସେରୋଗେଟ୍ସ ମାଧ୍ୟମରେ ପିଲା ଜନ୍ମ କରିବା ପାଇଁ ତାଙ୍କୁ ୧୪୨ ହଜାର ପାଉଣ୍ଡ୍ ଅର୍ଥାତ୍ ୧କୋଟି ୪୬ ଲକ୍ଷ ୭୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । କେବଳ ଏତିକି ନୁହେଁ ଗୋଲିଫଙ୍କର ପୂର୍ବତ୍ତନ ସ୍ତ୍ରୀଙ୍କର ବି ୨ଟି ପାଲା ରହିଛି । ତେବେ ପୂର୍ବ ସ୍ତ୍ରୀଙ୍କ ଦୁଇ ପିଲାକୁ ମିଶାଇ ଗୋଲିଫ ଏବଂ କ୍ରିଷ୍ଟିନାଙ୍କର ୨୩ଟି ପିଲା ରହିଛନ୍ତି । ଗୋଲିଫ ଜଣେ ବିଜନେସ୍ ମ୍ୟାନ୍ ହୋଇଥିବାରୁ ସେ କାମ ସାରି ଘରକୁ ପ୍ରତିଦିନ ବିଳମ୍ବରେ ଫେରିଥାନ୍ତି । କ୍ରିଷ୍ଟିନା ୨୩ଟି ପିଲାଙ୍କୁ ଏକା ସମ୍ଭାଳିବା ଅସମ୍ଭବ ହୋଇଥିବାରୁ ଗୋଲିଫ୍ ତାଙ୍କ ଘରେ ୧୬ଜଣ ମହିଳାଙ୍କୁ ପିଲାଙ୍କ ଲାଳନ ପାଳନ ପାଇଁ ରଖିଛନ୍ତି । ଯେଉଁଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।