ଏମିତି ଏକ ଅଜଣା ରୋଗ… ୪୦ ବର୍ଷ ଧରି ଆସୁନି ନିଦ । ଆଉ ଏକ ଭୟଙ୍କର ରୋଗର ଠିକଣା ବନିଲା ଚୀନ୍ ।

258

କନକ ବ୍ୟୁରୋ : ଏମିତି ଏକ ଅଜଣା ରୋଗ…୪୦ ବର୍ଷ ଧରି ଆସୁନି ନିଦ । କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବେ ଏମିତି ଏକ ଅଜଣା ରୋଗକୁ ନେଇ ଖବର ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ରୋଗ ଏତେ ଭୟଙ୍କର ଯେ, ଯିଏ ଏହି ରୋଗର ଶିକାର ହେଉଛନ୍ତି, ତାଙ୍କୁ ଜମା ବି ନିଦ ଆସୁନାହିଁ । ଜଣେ ୪୫ ବର୍ଷୀୟା ମହିଳା ଏହି ରୋଗର ଶିକାର ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି ।

ଚୀନ୍ ବନିଲା ଆଉ ଏକ ଭୟଙ୍କର ରୋଗର ଠିକଣା :
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚୀନର ହେନାନରେ ରହୁଥିବା ଲି ଜ୍ୟାନୟିଙ୍ଗ ନିଦ ଆସୁନଥିବା ଏହି ରୋଗରେ ପୀଡିତ ହୋଇଛନ୍ତି । ୪୫ ବର୍ଷୀୟା ଏହି ମହିଳାଙ୍କ କହିବା କଥା, ଦୀର୍ଘ ୪୦ ବର୍ଷ ହେଲାଣି ତାଙ୍କୁ ନିଦ ଆସୁନାହିଁ । ଗୋଟିଏ ମିନିଟ୍ ପାଇଁ ବି ସେ ଶୋଇନାହାନ୍ତି । ତେବେ ଶେଷ ଥର ପାଇଁ ସେ ଯେବେ ଶୋଇଥିଲେ, ସେତେବେଳେ ତାଙ୍କୁ ପାଖାପାଖି ୫ ବର୍ଷ ବୟସ ହୋଇଥିଲା ।

ସବୁଠାରୁ ଚିନ୍ତାଜନକ ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ନିଦ ବଟିକା ଖାଇଲେ ମଧ୍ୟ ଏହି ମହିଳାଙ୍କୁ ନିଦ ଆସୁନାହିଁ । ତେବେ ନିଜ ଗାଁ ସମେତ ଆଖପାଖ ଅଂଚଳରେ ଏହି ମହିଳା ଜଣଙ୍କ ଏବଂ ଚର୍ଚ୍ଚାରେ ରହିଛନ୍ତି । ଏପରିକି କିଛି ଲୋକ ତାଙ୍କର ଏହି ରୋଗକୁ ପ୍ରଥମେ ବିଶ୍ୱାସ କରୁନଥିଲେ । ତେଣୁ ଲି ଶୋଉଛନ୍ତି କି ନାହିଁ, ତାହା ଜାଣିବା ପାଇଁ ସେମାନେ ସାରା ରାତି ତାଙ୍କ ଘରେ ବସିରହୁଥିଲେ ।

ଏହି ମହିଳା ଅନେକ ଡାକ୍ତରଙ୍କ ପରାମର୍ଶ ନେଲେଣି । ବରିଷ୍ଠ ଡାକ୍ତରମାନେ ମଧ୍ୟ ନା ଏହି ରୋଗକୁ ଜାଣିପାରୁଛନ୍ତି, ନାଁ ଏହାର ପ୍ରତିକାର ବିଷୟରେ କିଛି କହିପାରୁଛନ୍ତି । ତେବେ ସୋସିଆଲ ମିଡିଆରେ ଏହି ରୋଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଲୋକେ କହୁଛନ୍ତି, ଏବେ ଆଉ ଏକ ଭୟଙ୍କର ରୋଗର ଠିକଣା ବନିଯାଇଛି ଚୀନ୍ ।