ଏମିତି ହେବ ପଞ୍ଚାୟତ ନିର୍ବାଚନ ! ତାରିଣୀଙ୍କ ନାଁରେ କର୍ମୀଙ୍କୁ ଶପଥ ପାଠ କରାଇଲେ ବଦ୍ରି ପାତ୍ରଙ୍କ ପୁଅ ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

142

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଛି । ଆଉ ଏହି ସମୟରେ ଶେଷ ପର୍ଯ୍ୟାୟ ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି ରାଜନୈତିକ ଦଳ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କର୍ମୀଙ୍କୁ ଏକାଠି କରି ଦେଉଛନ୍ତି ବିଜୟ ମନ୍ତ୍ର । କିଏ ପାଦୁକା ଛୁଆଇଁ ତ ଆଉ କିଏ ଭୋଗ ଛୁଆଇଁ ଶପଥପାଠ କରାଉଥିବା ଦେଖିବାକୁ ମିଳିଛି । ମୁଁ ସରପଞ୍ଚ…ଦଳ ବିରୋଧୀ କାମ କରିବୁ ନାହିଁ । ବିରୋଧୀଙ୍କ ଚାଲରେ ପଡିବୁ ନାହିଁ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାନୁସାରେ, ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ କର୍ମୀଙ୍କୁ ମା’ ତାରିଣୀଙ୍କ ନାଁରେ ଶପଥପାଠ କରାଉଥିବାର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ନିର୍ବାଚନରେ ଜିତିଲେ ଦଳର ମୁଖିଆ ଓ ନେତା ବଦ୍ରି ପାତ୍ରଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବା କରିବା ସହ ଶୃଙ୍ଖଳା ଭଙ୍ଗ ନ କରିବାକୁ କର୍ମୀଙ୍କୁ ଶପଥପାଠ କରାଉଛନ୍ତି ପୂର୍ବତନ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ । ମା’ ତାରିଣୀଙ୍କ ନାଁରେ ଏହି ଶପଥପାଠ କରାଯାଉଛି । ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀ ସହ ଉପସ୍ଥିତ କର୍ମୀ ହାତ ଉଠାଇ ଏହି ଶପଥପାଠ କରୁଛନ୍ତି ।