ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ପରେ ଦିଦିଙ୍କ ଗଡରେ ପଶିବେ ଗୃହମନ୍ତ୍ରୀ ଅମିତ୍ ଶାହା । ଚଳିତ ସପ୍ତାହରେ ରହିଛି ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ । ଗସ୍ତବେଳେ ଶାହାଙ୍କୁ ଭେଟିବେ ଅସନ୍ତୁଷ୍ଟ ତୃଣମୂଳ କଂଗ୍ରେସ ନେତା ଶୁଭେନ୍ଦୁ ଅଧିକାରୀ

ଫେରିଲେ ନଡ୍ଡା, ପଶିବେ ଶାହା

366

କନକ ବ୍ୟୁରୋ : ଆଗାମୀ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଚଳିତ ସପ୍ତାହରେ ପୁଣିଥରେ ପଶ୍ଚିମବଙ୍ଗ ଗସ୍ତ କରିବେ ବୋଲି ସୂଚନା ମିଳିଛି । ପାଖା ପାଖି ୪୦ ଦିନ ପୂର୍ବରୁ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ରାଜ୍ୟରେ ଥିବା ମୋଟ ୨୯୪ ବିଧାନସଭା ଆସନରୁ ୨୦୦ ଆସନ ବିଜେପି ହାତେଇବ ବୋଲି କହି ନିର୍ବାଚନ ଅଭିଯାନ ଆରମ୍ଭ କରିଥିଲେ । ଅନ୍ୟପଟେ କୁହାଯାଉଛି କି ଶାହାଙ୍କର ଏହି ଗସ୍ତ ସମୟରେ ଟିଏମସିର ଅସନ୍ତୁଷ୍ଟ ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ମିଳିଥିବା ସୂଚନା ମୁତାବକ ଗୃହମନ୍ତ୍ରୀ ଅମିତ ଶାହା ୧୯ ଡସେମ୍ବର ଦିନ ପଶ୍ଚିମବଙ୍ଗରେ ପହଂଚିବେ । ସେ ପ୍ରଥମେ ପଶ୍ଚିମବଙ୍ଗର ଗ୍ରାମାଞ୍ଚଳ କୁହାଯାଉଥିବା ମେଦିନାପୁର ରେ ରାଲି କରିବେ । ଏହିଠାରେ ହିଁ ଶାହାଙ୍କୁ ଶୁଭେନ୍ଦୁ ଅଧିକାରୀ ଭେଟ କରିବେ । ଏହା ପୂର୍ବରୁ ଦଳର କର୍ମକର୍ତ୍ତା ମାନଙ୍କ ଦ୍ୱାରା ସଭା ପାଇଁ ଏକ ଷ୍ଟାଡିୟମକୁ ବାଛିଥିଲେ । କିନ୍ତୁ ଏବେକାର ସୂଚନା ମୁତାବକ ଏକ ଖୋଲା ପଡିଆରେ ସଭାର ଆୟୋଜନ କରାଯାଉଛି । ଶୁଭେନ୍ଦୁ ଅଧିକାରୀ ନନ୍ଦୀଗ୍ରାମ ବିଧାନସଭାରୁ ଏବେ ତୃରମୁଳ କଂଗ୍ରେସ ପକ୍ଷରୁ ବିଧାୟକ ରହିଛନ୍ତି । ଏହା ସହ ସେ ମମତା ସରକାରରେ ପରବହନ ମନ୍ତ୍ରୀ ମଧ୍ୟ ଥିଲେ । ୨୭ ନଭେମ୍ବର ଦିନ ଶୁଭେନ୍ଦୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଇସ୍ତଫା ଦେବା ପରେ ଅନୁମାନ କରାଯାଉଛି କି ସେ ବିଜେପିରେ ଯୋଗ ଦେଇ ପାରନ୍ତି ।

ଲୋକ ମାନଙ୍କର ଆଲୋଚନା ଭିତରେ ମଙ୍ଗଳବାର ଶୁଭେନ୍ଦୁ ଅଧିକାରୀ କହିଛନ୍ତି କି ସମ୍ବିଧାନ କହିଛି କି ଗଣତନ୍ତ୍ର ଲୋକଙ୍କ ଦ୍ୱାରା, ଲୋକକଙ୍କର ଓ ଲୋକଙ୍କ ପାଇଁ ହେଲେ ପଶ୍ଚିମବଙ୍ଗ ସରକାରଙ୍କ ନିକଟରେ ଏବେ ଗଣତନ୍ତ୍ର ପାର୍ଟି ପାଇଁ , ପାର୍ଟି ଦ୍ୱାରା ଓ ପାର୍ଟିଙ୍କର ହୋଇଯାଇଛି । ସେ ବ୍ୟକ୍ତଗତ ଆକ୍ରମଣରେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି କି ୨୭ ତାରିଖ ପରେ ମୋତେ ବହୁତ ଲୋକ ଗାଳି କରୁଛନ୍ତି । ବହୁ ବଡ ବଡ ପଦପଦବୀରେ ବସିଥିବା ଲୋକମାନେ ମୋ ଉପରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ହେଲେ ସେହିମାନଙ୍କୁ ମୁଁ ଖୁବ୍ କମ ଦିନ ମଧ୍ୟରେ ଜବାବ୍ ଦେବାକୁ ପ୍ରସ୍ତୁତ ହେଉଛି ।