ସାବଧାନ ହୋଇଯାଆନ୍ତୁ ହ୍ୱାଟ୍ସଆପ ବ୍ୟବହାରକାରୀ । ନଚେତ ହୋଇପାରେ ଆପଣଙ୍କ ଡାଟା ଲିକ । ଦେଖନ୍ତୁ କେମିିତି ଆପଣଙ୍କ ତଥ୍ୟ ଚୋରି ହେବାର ରହିଛି ବିପଦ ।

517

କନକ ବ୍ୟୁରୋ: ସାବଧାନ ହୋଇଯାଆନ୍ତୁ ହ୍ୱାଟ୍ସଆପ ବ୍ୟବହାରକାରୀ । ନଚେତ ହୋଇପାରେ ଆପଣଙ୍କ ଡାଟା ଲିକ । ଆଉ ଆପଣ ପଡିପାରନ୍ତି ଅସୁବିଧାରେ । ଏବେ ଆପଣଙ୍କ ମନରେ ନିଶ୍ଚେ ପ୍ରଶ୍ନ ଆସୁଥିବ, କିପରି ଗୋଟିଏ ପ୍ରଇଭେସି ଆପରୁ ଆମ ଡାଟା ଚୋରି ହେବ । କାରଣ ହ୍ୱାଟ୍ସଆପରେ ଏଣ୍ଟ ଟୁ ଏଣ୍ଟ ଏସକ୍ରିପସନ ରହିଛି ଯାହା ୟୁଜର୍ସଙ୍କ ତଥ୍ୟକୁ ସୁରକ୍ଷିତ ରଖିଥାଏ । ହେଲେ ଏହାପରେ ବି ଡାଟା ଚୋରି ହେବା ଏକ ଅଜବ କଥା ବୋଲି ମନେ ହୁଏ । କିନ୍ତୁ ଏହା ସତ…

ଅନେକ ସମୟରେ ଏଣ୍ଟ ଟୁ ଏଣ୍ଟ ଏସକ୍ରିପ୍ସନ ଥାଇ ମଧ୍ୟ ଡାଟା ଚୋରି ହେବା ଘଟଣା ସାମ୍ନାକୁ ଆସିଥାଏ । ଅନେକ ସେଲିବ୍ରିଟିଙ୍କ ହ୍ୱାଟ୍ସଆପ ତଥ୍ୟ ଚୋରି ହେବାର ଖବର ମଧ୍ୟ ଆସିଛି । ହେଲେ କେମିତି ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ତେବେ ଆସନ୍ତୁ ଜାଣିବା କିପରି ଚୋରି ହୋଇପାରେ ତଥ୍ୟ ।

ଆମେ ହ୍ୱାଟ୍ସଆପରେ କଥା ହେବା ସମୟରେ ସମସ୍ତ ତଥ୍ୟ ଗୁଗୁଲ ଡ୍ରାଇଭକୁ ଯାଇଥାଏ । ଆମେ ନିଜେ ହ୍ୱାଟ୍ସଆପ ଖୋଲିଲା ବେଳେ ନିଜ ଇମେଲ ଆଇଡିକୁ ଏହାସହ ଲିଙ୍କ କରିଥାଉ । ହ୍ୱାଟ୍ସଆପର ଚାଟ ବ୍ୟାକଅପ ସେଟିଙ୍ଗକୁ ଯାଇ ଆପଣ ଏହାକୁ ଦେଖି ପାରିବେ । ଅନେକ ଲୋକ ନିଜ ଚାଟକୁ ଅଟୋ ବ୍ୟାକଅପ କରିଦିଅନ୍ତି । ଯାହାଫଳରେ ପୁରୁଣା ମେସେଜ ଓ ଫଟୋ ଗୁଗୁଲ ଡ୍ରାଇଭକୁ ଚାଲିଯାଏ । ଆଉ ପରେ ଫୋନ ବଦଳାଇଲା ବେଳେ କିମ୍ବା ମେସେଜ ଖୋଜିଲେ ଏହା ସହଜରେ ମିଳିପାରେ ।

ହେଲେ ଏହି ସହଜ ଉପାୟ ହିଁ ତଥ୍ୟ ଲିକର ମୁଖ୍ୟ କାରଣ । ହ୍ୱାଟ୍ସଆପରେ ଏଣ୍ଟ ଟୁ ଏଣ୍ଟ ଏସକ୍ରିପ୍ସନ ରହିଥାଏ ହେଲେ ଗୁଗୁଲ ଡ୍ରାଇଭରେ ନୁହେଁ । ତେଣୁ ଗୁଗୁଲ ଡ୍ରାଇଭରେ ଯାହାବି ଷ୍ଟୋର ହୋଇ ରହୁଛି ତାହା ସୁରକ୍ଷିତ ନୁହେଁ । କାରଣ ଯଦି ଏଭଳି ସ୍ଥିତିରେ ୟୁଜର୍ସଙ୍କ ଇମେଲ ଆଇଡି ହାସଲ କରି ନିଆଯାଏ ତେବେ ଗୁଗୁଲ ଡ୍ରାଇଭରେ ଥିବା ଡାଟା ମଧ୍ୟ ସହଜରେ ଚୋରି ହୋଇଯିବ ।

ଏବେ ଆପଣ ଭାବୁଥିବେ କଣ ଏହି ଏଣ୍ଟ ଟୁ ଏଣ୍ଡ ଏସକ୍ରିପସନ । ଏହି ଏଣ୍ଡ ଟୁ ଏଣ୍ଡ ଏସକ୍ରିପସନ ମାଧ୍ୟମରେ ଆମ ତଥ୍ୟ ସୁରକ୍ଷିତ ରହିଥାଏ । ଏଣ୍ଡ ଟୁ ଏଣ୍ଡ ଏସକ୍ରିପ୍ସନ ଥିଲେ ହ୍ୱାଟ୍ସଆପରେ କଥା ହେବା ବେଳେ ମେସେଜ ପଠାଉଥିବା ଲୋକ ଓ ମେସେଜ ପଢୁଥିବା ଲୋକଙ୍କ ବ୍ୟତୀତ ତୃତୀୟ ଲୋକ ମେସେଜ ଦେଖିପାରନ୍ତିନି । ଆଉ ଏହାଫଳରେ ୟୁଜର୍ସଙ୍କ ଗୋପନୀୟତା ସୁରକ୍ଷିତ ରହିଥାଏ ।

ସବୁଠୁ ଭଲ ଖବର ହେଉଛି ଗୁଗୁଲ ଡ୍ରାଇଭ ମଧ୍ୟ ଏହି ଏଣ୍ଟ ଟୁ ଏଣ୍ଟ ଏସକ୍ରିପ୍ସନରେ କାମ କରୁଛି । ଅର୍ଥାତ ଆଗାମୀ ଦିନରେ ଗୁଗୁଲ ଡ୍ରାଇଭରେ ଡାଟା ମଧ୍ୟ ସୁରକ୍ଷିତ ରହିବ । ତେବେ ସେତେବେଳ ଯାଏଁ ଆମକୁ ଏଭଳି ଡାଟା ଲିକରୁ ବଞ୍ଚିବାକୁ ପଡିବ । ନଚେତ ଆମ ହ୍ୱାଟ୍ସଆପ ଡାଟା ଏଭଳି ଭାବେ ଚୋରି ହେବାର ସମ୍ଭାବନା ରହିଛି ।