ଦେହରେ ଟ୍ରାଫିକ୍ ପୋଲିସ୍ ୟୁନିଫର୍ମ ଆଉ ହାତରେ ଇଟା , ସିମେଣ୍ଟ୍ ! ସଡକରେ ଯେଉଁଠିି ଦେଖନ୍ତି ଗାତ ମରାମତି କରିବାକୁ ଆଗେଇ ଆସନ୍ତି ଏହି ଟ୍ରାଫିକ୍ ପୋଲିସ୍ । 

195

ରାସ୍ତାଘାଟରେ ଗାତ କିମ୍ବା ଖାଲ ଦେଖିଲେ ଜଣେ ହୁଏତ ଏହାକୁ ଅଣଦେଖା କରି ଆଗକୁ ବଢିବ ନଚେତ୍ ସରକାରଙ୍କୁ ଭଲମନ୍ଦ ଦୁଇପଦ ଶୁଣାଇ ତା’ ବାଟରେ ଚାଲିଯିବ । କିନ୍ତୁ ଏ ସମାଜରେ ଏଭଳି କିଛି ଲୋକ ଅଛନ୍ତିି ଯେ ସବୁ ଦୋଷ ସରକାରଙ୍କୁ ନଦେଇ ସଚ୍ଚୋଟ ନାଗରିକର କର୍ତ୍ତବ୍ୟ କରିଥାନ୍ତି । ଆଉ ଏଭଳି ଜଣେ ହୃଦୟବାନ୍ ମଣିଷ ହେଉଛନ୍ତି ଭଟିଣ୍ଡାର ଗୁରବକ୍ସ ସିଂହ । ପେସାରେ ଟ୍ରାଫିକ୍ ପୋଲିସ୍ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ଜଣକ ସଡକର ଯେଉଁ ପାଖରେ ଖାଲଟିଏ ଦେଖନ୍ତି ସଙ୍ଗେ ସଙ୍ଗେ ଏହାକୁ  ମରାମତି କରନ୍ତି । କୌଣସି ଦୁଇ ଚକିଆ ଯାନ ଏବଂ ଚାଳକ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ଏଥିପାଇଁ ସେ ସବୁବେଳେ ତପ୍ତର ଥାନ୍ତିି । ୧ ବର୍ଷ ତଳେ ସେ ୨ ଜଣ ବାଇକ୍ ଚାଳକଙ୍କୁ ସଡକରେ ଥିବା ଗାତ କାରଣରୁ ମରୁ ମରୁ ବଂଚିଥିôବା ଦେଖିଥିଲେ । ଯାହା ତାଙ୍କୁ ଖୁବ୍ ବ୍ୟଥିତ କରିଥିଲା ।

ସେହି ଦିନଠାରୁ ସେ ରାସ୍ତା କଡରେ ହୋଇଥିବା ଏହି ଗାତ ସବୁକୁ ମରାମତି କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପୂଣ୍ୟକାମରେ ତାଙ୍କ ସହଯୋଗୀ ଟ୍ରାଫିକ୍ ପୋଲିସ୍ ମହମ୍ମଦ ସିଂହ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି । ଏନେଇ ଗୁରବକ୍ସ ସିଂହ କୁହନ୍ତି , ସଡକରେ ହୋଇଥିବା ଗୋଟିଏ ଗାତ କାରଣରୁ କାହାର ମୂଲ୍ୟବାନ ଜୀବନ ଚାଲିଯିବ ୟାଠୁ ବଡ଼ ଦୁଃଖର ବିଷୟ ଆଉ କ’ଣ ହୋଇପାରେ । ଯଦି ଏହି ମାମଲାରେ ପ୍ରଶାସନ କିମ୍ବା ଅଧିକାରୀ କୌଣସି ସମାଧାନ କରିପାରୁ ନାହାଁନ୍ତି ତେବେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ ଏହା ମୋର କର୍ତ୍ତବ୍ୟ ଯେ ମୁଁ ଏହାର ସମାଧାନ କରିବି । କେବଳ ଏତିକି ନୁହେଁ ସଡକରେ ଯେଭଳି କୌଣସି ଦୁର୍ଘଟଣା ନହେଉ ସେଥିପାଇଁ ସେ ରାସ୍ତାରେ ପଡିଥିବା କାଚଖଣ୍ଡ , ପଥର ଆଦିକୁ ମଧ୍ୟ ଗୋଟାଇଥାନ୍ତି । ଏହାସହ ସେ ତାଙ୍କ ଗାଡିରେ ଇଟା,ଇଣ୍ଟରଲିକିଙ୍ଗ୍ ଟାଇଲ୍ସ , ମାଟି ଆଦି ନେଇ ଚାଲିଥାନ୍ତି ଯାହାଦ୍ୱାରା ସେ ବିଳମ୍ବ ନକରି ସଙ୍ଗେ ସଙ୍ଗେ ମରାମତି କରିପାରିବେ ।