କନକ ବ୍ୟୁରୋ: ଏଥର ହେବନି ନବଯୌବନ ଦର୍ଶନ । ଜୁଲାଇ ୭ ତାରିଖ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା ପଡୁଥିବାରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏହି ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତ ପ୍ରବେଶ କରିପାରିବେ ନାହିଁ । ଟିକେଟ ଦର୍ଶନ ବି ବନ୍ଦ ରହିବ । ରଥ ଉପରେ ତିନିଠାକୁର ପହଣ୍ଡି ହେବା ପରେ ହିଁ ଭକ୍ତଙ୍କୁ ଦର୍ଶନ ମିଳିବ । ଚଳିତବର୍ଷ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଂଚିତ ହେବେ ଭକ୍ତ । ଗୋଟିଏ ଦିନ ଜୁଲାଇ ୭ରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା ପଡୁଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ।

Advertisment

- ଜୁଲାଇ ୭ରେ ପଡୁଛି ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା
-ସମୟ କମ୍ ଥିବାରୁ ପରିଚାଳନା କମିଟିରେ ନିଷ୍ପତ୍ତି
-ଶ୍ରୀମନ୍ଦିରକୁ ଯାଇପାରିବେନି ଭକ୍ତ
-ରଥ ଉପରକୁ ପହଣ୍ଡି ପରେ ହିଁ ଭକ୍ତ ଦର୍ଶନ କରିପାରିବେ
- କେବଳ ସେବାୟତ ପରିବାର ନବଯୌବନ ଦର୍ଶନ କରିପାରିବେ

ରଥଯାତ୍ରା ଦିନ ନୀତି ତ୍ୱରାନ୍ୱିତ କରିବାକୁ ରଥ ସହିତ ସଂପୃକ୍ତ ସମସ୍ତ ସେବାୟତଙ୍କୁ ନୀତିର ଯଥେଷ୍ଟ ପୂର୍ବରୁ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିିକି ଗଜପତିଙ୍କୁ ମଧ୍ୟ ଛେରାପହଁରା ନୀତିକୁ ସଠିକ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଛି ।

୧୯୭୧ ମସିହା ରଥଯାତ୍ରା ଦିନର ରୀତି ଅନୁସାରେ ହିଁ ନୀତି ନିର୍ଘଂଟ ହୋଇଛି । ଅନୁମୋଦିତ ସୂଚୀ ଅନୁସାରେ,
-ଜୁଲାଇ ୬ ତାରିଖରେ ପଟିଦିଅଁଙ୍କଠାରୁ ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବ
-୭ ତାରିଖରେ ଭୋର ୨ଟାରୁ ଦ୍ୱାରଫିଟା ଯାଇ ନେତ୍ର ଉତ୍ସବ ନୀତି ହେବ
-ଏହି ଦିନ ୩ ରଥ ପ୍ରତିଷ୍ଠା ହୋଇ ପହଣ୍ଡି ଓ ଛେରାପହଁରା ହେବ
-ଜୁଲାଇ ୭ ତାରିଖ ଅପରାହ୍ନ ୫ଟାରେ ଟଣାଯିବ ରଥ

ରଥ ଯାତ୍ରା ନୀତି ଶୃଙ୍ଖଳିତ କରିବାକୁ ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିଲା । ଏଥିରେ ଗଜପତି ମହାରାଜ ଅଧ୍ୟକ୍ଷତା କରିଥିଲେ । ଛତିଶା ନିଯୋଗ ବୈଠକରେ ହୋଇଥିବା ନୀତି ନିର୍ଘଂଟକୁ ବୈଠକରେ ଅନୁମୋଦନ ମିଳିଛି ।