କନକ ବ୍ୟୁରୋ: ରାଜ୍ୟରେ ପ୍ରଥମ ଥର ବିଜେପି ସରକାର ଗଠନ କରିବା ପରେ ଆସନ୍ତା ୨୫ ତାରିଖରେ ବଜେଟ୍ ଆଣିବାକୁ ଯାଉଛି ମୋହନ ସରକାର । ଆଉ ଏଥର ପୂର୍ବ ଅପେକ୍ଷା ବଡ ବଜେଟ୍ ଆଣୁଛନ୍ତି ମୋହନ ସରକାର । ମିଳିଥିବା ସୂଚନା ମୁତାବକ, ଏଥରର ଓଡିଶା ବଜେଟର ଆକାର ତିନି ଲକ୍ଷ କୋଟି ଛୁଇଁପାରେ । ଏନେଇ ଲୋକସେବା ଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ହେଇଛି । ପୂର୍ଣ୍ଣାଙ୍ଗ ବଜେଟ୍ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଥିବା ନେଇ ସୂଚନା ମିଳିଛି ।
ଆସନ୍ତା ୨୨ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥର ଅଧିବେଶନରେ ମୋହନ ସରକାର ନିଜର ପ୍ରଥମ ବଜେଟ୍ ଆଣିବ । ୨୨ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହେବାକୁ ଥିବାବେଳେ, ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ଓ ୨୫ ତାରିଖରେ ବଜେଟ୍ ଆଗତ ହେବ । ତେବେ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପାଖରେ ରଖିଥିବାରୁ, ସେ ନିଜେ ବଜେଟ୍ ଆଗତ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/07/27-11.jpg)