ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ଚୂଡାନ୍ତ ହେଲା ନୀତିକାନ୍ତି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା ।

118

କନକ ବ୍ୟୁରୋ : ଶ୍ରୀ ମନ୍ଦିରରେ ନାଗାର୍ଜୁନ ବେଶ ପାଇଁ ନୀତିକାନ୍ତି ଚୂଡାନ୍ତ ହୋଇଛି । କେବଳ ବେଶ ନୀତି ଅନୁଷ୍ଠିତ ହେବ । ନାଗାର୍ଜୁନ ବେଶ ସମୟରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବନ୍ଦ କରାଯିବ । ଆସନ୍ତା ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଏହାସହ କାର୍ତ୍ତିକ ମାସ ପାଇଁ ମଝଧ୍ୟ ନୀତିକାନ୍ତି ଚୂଡାନ୍ତ ହୋଇଛି ।

ଅନ୍ୟପକ୍ଷରେ ଆଜି କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ଲାଗି କଟକଣା ଜାରି ହୋଇଛି । କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ । ଯଥା ସମ୍ଭବ ହବିଷ୍ୟାଳୀ ପୁରୀ ନଆସନ୍ତୁ । ଅତ୍ୟାବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ନଆସିବାକୁ ଅନୁରୋଧ କରିଛି ପୁରୀ ଜିଲ୍ଲା ପ୍ରଶାସନ । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ କୋଭିଡ ପାଇଁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ହବିଷ୍ୟାଳୀଙ୍କୁ ପୁରୀ ଆସିବାକୁ କୁହାଯାଇଛି । ଅନ୍ୟପକ୍ଷରେ ଜନସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ମଧ୍ୟ ଏଯାଏଁ ଖୋଲାଯାଇନାହିଁ । ବର୍ତ୍ତମାନ ପୁରୀରେ ମଧ୍ୟ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି ।

Comments are closed.