ଏଥର ବିନା ଭକ୍ତରେ ଶ୍ରୀମନ୍ଦିରରେ ପାଳିତ ହେବ ନାଗାର୍ଜୁନ ବେଶ । ନୀତି ନେଇ ଚକ୍ରକୋଟ ଖୁଂଟିଆଙ୍କ ସହ ମନ୍ଦିର ପ୍ରଶାସନର ଆଲୋଚନା । ଦୀର୍ଘ ୨୬ ବର୍ଷ ପରେ ହେବ ମହାପ୍ରଭୁଙ୍କ ବିରଳ ବେଶ

416

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ ବିନା ଭକ୍ତରେ ପାଳିତ ହେବ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ ନୀତି ଅନୁଷ୍ଠିତ ହେବ । ହେଲେ କୋଭିଡର ଭୟାବହତାକୁ ଆଖିରେ ରଖି ଚଳିତ ବର୍ଷ ରଥଯାତ୍ରା ଭଳି ବିନା ଭକ୍ତରେ ନାଗାର୍ଜୁନ ବେଶ କରିବାକୁ ପ୍ରାୟ ସ୍ଥିର କରାଯାଇଥିବା ଜଣାପଡିଛି । ଫଳରେ ମହାପ୍ରଭୁଙ୍କ ବିରଳ ନାଗାର୍ଜୁନ ବେଶ ଅତି ନିକଟରୁ ଭକ୍ତମାନେ ଦେଖିବାରୁ ବଂଚିତ ହେବେ ।

ରେକର୍ଡ ଅଫ ଲାଇଟସ ଅନୁସାରେ ଶ୍ରୀଜୀଉଙ୍କ ନାଗାର୍ଜୁ ବେଶ କରୁଥିବା ଚକ୍ରକୋଟ ବଳରାମ ଖୁଂଟିଆଙ୍କ ସହ ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିଛି । ବେଶ ପାଇଁ ପ୍ରାୟ ୬୦ରୁ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ମାତ୍ର ବିନା ଭକ୍ତରେ ବେଶ ହେଲେ ଖର୍ଚ୍ଚ ଅଧାରୁ କମ ହେବ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ସେପଟେ କେବଳ କୋଭିଡ କଟକଣା ପାଇଁ ଭକ୍ତଙ୍କୁ ବାରଣ କରାଯିବ ତାହା ନୁହେଁ, ୧୯୯୩ ମସିହାରେ ହୋଇଥିବା ନାଗାର୍ଜୁନ ବେଶ ସମୟରେ ଦଳାଚକଟାରେ ୭ ଜଣଙ୍କ ଜୀବନ ଯାଇଥିଲା । ଏଭଳି ମହାମାରୀ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ପାଇଁ ବଡ ଚାଲେଞ୍ଜ । ତେଣୁ ଏଥର ନାଗାର୍ଜୁନ ବେଶ ବିନା ଭକ୍ତରେ ଅନୁଷ୍ଠିତ ହେବାର ସମ୍ଭାବନା ଅଧିକ ରହିଛି ।