କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।

96

କନକ ବ୍ୟୁରୋ : ଚଳିତ ବର୍ଷ ବଦଳିବ ମାଟ୍ରିକ ପରୀକ୍ଷାର ଢାଂଚା । ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ ।

ଅନ୍ୟପକ୍ଷରେ ପାଠପଢା ଏବଂ ପରୀକ୍ଷା ମଧ୍ୟରେ ଥିବା ସମୟ ସୀମାକୁ ଆଉ ଟିକିଏ ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ଶିକ୍ଷାବିତ । କିନ୍ତୁ ଏହାରି ଭିତରେ ବଡ ପ୍ରଶ୍ନଟି ହେଲା, ନବଦୋୟ, ଆଦର୍ଶ ବିଦ୍ୟାଳୟ ଏବଂ ଏସସିଏସଟି ହଷ୍ଟେଲ ଗୁଡିକ ଖୋଲିବା ନେଇ କୌଣସି ନିଷ୍ପତି ନେଇନାହାନ୍ତି ରାଜ୍ୟ ସରକାର । ତେଣୁ ପିଲାମାନେ କେଉଁଠି ରହି ପାଠ ପଢିବେ ସେନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ମୋଟ ୧୦୦ ଦିନର ପାଠପଢା ହେବ । ଏହି ୧୦୦ଦିନର ପାଠପଢା ଭିତରେ ରବିବାର ଓ ଶନିବାର ମଧ୍ୟ କ୍ଲାସ ହେବ । ପାଠପଢା ନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ଯାଏଁ ପାଠ ପଢା ହେବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ସିଲାବସ୍ ପରେ କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।

କନକ ବ୍ୟୁରୋ : ଚଳିତ ବର୍ଷ ବଦଳିବ ମାଟ୍ରିକ ପରୀକ୍ଷାର ଢାଂଚା । ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦ ଦିନ ମଧ୍ୟରେ ପ୍ରକାଶ ପାଇବ ପରୀକ୍ଷା ଫଳ ।

ଅନ୍ୟପକ୍ଷରେ ପାଠପଢା ଏବଂ ପରୀକ୍ଷା ମଧ୍ୟରେ ଥିବା ସମୟ ସୀମାକୁ ଆଉ ଟିକିଏ ବଢାଇବା ଉପରେ ଗୁରୁତ୍ୱ ଦେଇଛନ୍ତି ଶିକ୍ଷାବିତ । କିନ୍ତୁ ଏହାରି ଭିତରେ ବଡ ପ୍ରଶ୍ନଟି ହେଲା, ନବଦୋୟ, ଆଦର୍ଶ ବିଦ୍ୟାଳୟ ଏବଂ ଏସସିଏସଟି ହଷ୍ଟେଲ ଗୁଡିକ ଖୋଲିବା ନେଇ କୌଣସି ନିଷ୍ପତି ନେଇନାହାନ୍ତି ରାଜ୍ୟ ସରକାର । ତେଣୁ ପିଲାମାନେ କେଉଁଠି ରହି ପାଠ ପଢିବେ ସେନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ମୋଟ ୧୦୦ ଦିନର ପାଠପଢା ହେବ । ଏହି ୧୦୦ଦିନର ପାଠପଢା ଭିତରେ ରବିବାର ଓ ଶନିବାର ମଧ୍ୟ କ୍ଲାସ ହେବ । ପାଠପଢା ନେଇ ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୮ ତାରିଖରୁ ଏପ୍ରିଲ ୨୬ ଯାଏଁ ପାଠ ପଢା ହେବାକୁ ଥିବା ବେଳେ ମାଟ୍ରିକ ପରୀକ୍ଷା ମେ ୩ରୁ ଆରମ୍ଭ ହୋଇ ମେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।