ଏଥର ହେବନି କଟକର ପ୍ରସିଦ୍ଧ ବାଲିଯାତ୍ରା : କୋଭିଡ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ କହିଲେ ଜିଲ୍ଲାପାଳ; ପଂଚୁକରେ ଧବଳେଶ୍ୱର ଯିବାକୁ କଟକଣା, ଆୟୋଜନ ହେବନି ବୋଇତବନ୍ଦାଣ

345

କନକ ବ୍ୟୁରୋ : ଚଳିତ ବର୍ଷ କଟକରେ ହେବନି ପ୍ରସିଦ୍ଧ ବାଲିଯାତ୍ରା । କୋଭିଡ ସମୟରେ ଏଭଳି ବିରାଟ ଆୟୋଜନ ଅସମ୍ଭବ ବୋଲି ଜିଲ୍ଲାପାଳଙ୍କ ସୂଚନା । ଏଥିସହ ସାମୁହିକ ଭାବେ ବୋଇତ ବନ୍ଦାଣକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଏବର୍ଷ ବଡଓଷା ଓ ପଂଚୁକରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲାପ୍ରଶାସନ ।

ପ୍ରତ୍ୟକ ବର୍ଷ କାର୍ତ୍ତିକ ପୂଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ମହୋତ୍ସବ ମହାନଦୀ ପଠାରେ ଆୟୋଜନ ହୋଇଥାଏ । ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ । ତେଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତିି ନେଇଛି ପ୍ରଶାସନ ।