ଏଥର ଡିଜିଟାଲ୍‌ ପ୍ଲାଟ୍‌ଫର୍ମ‌ରେ ଆସିବେ ଗଣପତି ବାପ୍ପା । ଫେସ୍‌ବୁକ୍‌ ଲାଇଭ୍‌ରେ ଦେବେ ଦର୍ଶନ

Advertisment
ଏଥର ଡିଜିଟାଲ୍‌ ପ୍ଲାଟ୍‌ଫର୍ମ‌ରେ ଆସିବେ ଗଣପତି ବାପ୍ପା । ଫେସ୍‌ବୁକ୍‌ ଲାଇଭ୍‌ରେ ଦେବେ ଦର୍ଶନ

କନକ ବ୍ୟୁରୋ : କରୋନା ମହାମାରୀ ଭାଇରସ୍‌ ପାଇଁ ଲାଗୁ ହୋଇଥିବା କଟକଣା ପାଇଁ ପୂର୍ବ ବର୍ଷମାନଙ୍କ ପରି ହୋଇପାରିବ ନାହିଁ ଗଣେଶ ପୂଜା । ଆସନ୍ତା ୨୨ ତାରିଖରେ ପଡୁଥିବା ଗଣେଶ ଚତୁର୍ଥୀକୁ ମନ ଭରି ଉପଭୋଗ କରିପାରିବେ ନାହିଁ ଭକ୍ତ। ହେଲେ ବି ଉପାୟ ଅଛି। ଏଥର ସାମ୍ନା ସାମ୍ନି ନହେଲେ ବି ଫେସ୍‌ବୁକ୍‌, ଜୁମ୍‌ ଓ ଗୁଗୁଲ୍‌ ଆଦି ଡିଜିଟାଲ୍‌ ପ୍ଲାଟଫର୍ମରେ ଦର୍ଶନ ଦେବେ ଶ୍ରୀଗଣେଶ ।publive-image

ପ୍ରତି ବର୍ଷ ଗଣେଶ ପୂଜା ପୂର୍ବରୁ ଚାଲିଥାଏ ବଡ଼ ଧରଣର ସାଜସଜା। ମଞ୍ଚ ବନ୍ଧାଠାରୁ ନେଇ ବିଭିନ୍ନ ପ୍ରକାରର ସାଜସଜାରେ ମଜି ରହିଥାନ୍ତି ଭକ୍ତ। ବିଭିନ୍ନ ପ୍ରଦେଶରେ ଗଣେଶ ଚତୁର୍ଥୀରୁ ନେଇ ୧୦ ଦିନ ପର୍ଯ୍ୟନ୍ତ ମଞ୍ଚାସିନ ହୋଇଥାନ୍ତି ଗଣପତି। ଶେଷର ନାଚ ଗୀତ ସାଥେ ବିସର୍ଜନ ହୁଅନ୍ତି ଗଣେଶ ଠାକୁର। ଏବର୍ଷ ସେ ସମସ୍ତ ସୁଯୋଗ ଭକ୍ତଙ୍କୁ ଯଦିଓ ମିଳିବ ନାହିଁ, ମାତ୍ର ଏବେ ବି ଗଶେଷ ପୂଜା ପାଇଁ କମିନାହିଁ ଉତ୍ସୁକତା। ଏଥର ଡିଜିଟାଲ୍‌ ପ୍ଲାଟଫର୍ମରେ ଝଲସିବେ ଗଣେଶ ଠାକୁର।

ସୂଚନାନୁସାରେ , ମରାଠୀ ମିତ୍ର ମଣ୍ଡଳ, ଆଲାକାନନ୍ଦ ଆଦି ସ୍ଥାନରେ ଫେସ୍‌ବୁକ୍‌ ଲାଇଭ୍‌ରେ ଗଣେଶଙ୍କ ‘ଆରତୀ’ ଏବଂ ଦର୍ଶନ ସୁବିଧା ଯୋଗାଇ ଦିଆଯିବ।  ଏ ନେଇ କମିଟିର ଆୟୋଜକ ନିବେଦିତା ପାଣ୍ଡେ କହିଛନ୍ତି, ‘ଗତ ୩୫ ବର୍ଷ ମଧ୍ୟରେ ଦ୍ବିତୀୟ ଥର ପାଇଁ ଆମେ ଏପରି ପରିସ୍ଥିତିର ସାମ୍ନା କରୁଛୁ। ଯଦିଓ କୋଭିଡ୍‌-୧୯ ସମୟରେ ପର୍ବ ଆୟୋଜନ କରିବା କଷ୍ଟକର ମାତ୍ର ପରମ୍ପରା ଭାଙ୍ଗିବା  ବି ଏକ ଖରାପ ସୂଚନା ଦେଇଥାଏ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe