ଏଥର ଭୁବନେଶ୍ୱରରେ ହେବନି ଜିରୋ ଲାଇଟ ସେଲିବ୍ରେସନ । କୋଭିଡ ପାଇଁ କଟକଣା ଜାରି କଲେ ବିଏମସି କମିଶନର ।

150

କନକ ବ୍ୟୁରୋ : ଏଥର ରାଜଧାନୀ ଭୁବନେଶ୍ୱରରେ ହେବନି ଜିରୋ ନାଇଟ ସେଲିବ୍ରେସନ । ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲଗାଇଛନ୍ତି ବିଏମସି କମିଶନର ।

ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଭୁବନେଶ୍ୱରରେ ଜିରୋ ନାଇଟ ସେଲିବ୍ରେସନ ହୋଇଥାଏ । କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ । ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ । ତେଣୁ ଏଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରାଯାଇଛି ।

ସେହିପରି ଆଜି ବିଏମସି କମିଶନର ପ୍ରେସମିଟ କରି ଡିସେମ୍ବର ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଘୋଷଣା କରିଛନ୍ତି । ୨୭ରୁ ୩୧ ଯାଏଁ ଦର୍ଶନ କରିପାରିବେ ସେବାୟତଙ୍କ ପରିବାର । ନୂଆବର୍ଷ ଅଥାର୍ତ ଜାନୁଆରୀ ୧ ଓ ୨ରେ ବନ୍ଦ ରହିବ ଲିଙ୍ଗରାଜ ମନ୍ଦିର । ୩ରୁ ୫ ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ ୬ରୁ ୩୧ ଯାଏଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନର ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ନେଇ ସୁଯୋଗ ମିଳିବ ।