ଏଥର ଦୀପାବଳୀରେ ଫୁଟିବ ଗ୍ରୀନ କ୍ରାକର: ଅନୁମତି ଦେଲେ ହାଇକୋର୍ଟ

214

କନକ ବ୍ୟୁରୋ: ଦୀପାବଳିରେ ଫୁଟିବ କେବଳ ଗ୍ରୀନ କ୍ରାକର । ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ । ଦୀପାବଳି ଦିନ କେବଳ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି । ରାତି ୮ରୁ ୧୦ ମଧ୍ୟରେ ବାଣ ଫୁଟାଇ ପାରିବେ । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ମଞ୍ଜୁରୀ । ଦେବେ ବାଣ ଫୁଟାଇବା ପାଇଁ ଅନୁମତି ମାଗିଥିଲା ଅଲ ଓଡିଶା ଫାୟାର ଡିଲର ଆସୋସିଏସନ ।

କରୋନା ମହାମାରୀ ପାଇଁ ଗତ ବର୍ଷଠୁ ଦୀପାବଳି ଉପରେ କଟକଣା ଜାରି ରହିଛି । ସେହିପରି ପରିବେଶ ପ୍ରଦୂଷଣ ପାଇଁ ବାଣ ଫୁଟାଇବା ଉପରେ ରୋକ ଲଗାଯାଉଥିବା ବେଳେ ହାଇକୋର୍ଟ କିନ୍ତୁ ଗ୍ରୀନ କ୍ରାକର ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି । ଆଉ ଏହି କ୍ରାକର ପିଇଏସଓ ଅନୁମତି ପ୍ରାପ୍ତ ହୋଇଥିବା ଦରକାର । ପିଇଏସଓ ଅର୍ଥ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ଅର୍ଗାନାଇଜେସନ ।