ପାଖେଇ ଆସିଲାଣି ଦଶହରା । କିନ୍ତୁ ରାଜଧାନୀରେ ଏଥର ଜମିବ ନାହିଁ ଦାଣ୍ଡିଆର ଆସର, ଆୟୋଜକ ହତାଶ ଲୋକ ନିରାଶ

Advertisment
ପାଖେଇ ଆସିଲାଣି ଦଶହରା । କିନ୍ତୁ ରାଜଧାନୀରେ ଏଥର ଜମିବ ନାହିଁ ଦାଣ୍ଡିଆର ଆସର, ଆୟୋଜକ ହତାଶ ଲୋକ ନିରାଶ

କନକ ବ୍ୟୁରୋ : ଆସୁଛି ନବରାତ୍ରୀ। ନବରାତ୍ରୀ ପୂର୍ବରୁ ମା’ଙ୍କ ସ୍ୱାଗତର ପ୍ରତିଧ୍ୱନି ସାଜେ ରାଜଧାନୀର ‘ଦାଣ୍ଡିଆ ଉତ୍ସବ’। ରାଧାକୃଷ୍ଣଙ୍କ ରାସଲୀଳାର ଗାଥା ବହନ କରୁଥିବା ଏବଂ ମା’ ଦୁର୍ଗା ଓ ମହିଷାଶୂର ମଧ୍ୟରେ ହୋଇଥିବା ଯୁଦ୍ଧର ମୂକସାକ୍ଷୀ ଏହି ଦାଣ୍ଡିଆ ନୃତ୍ୟ ମା’ ମହିଷାମର୍ଦ୍ଦିନୀଙ୍କ ଅତି ପ୍ରିୟ। ଭକ୍ତି ସହ ମସ୍ତି କରିବାର ଏକ ଅପୂର୍ବ ଅବକାଶ ଆଣୁଥିବା ଏହି ନୃତ୍ୟ କିନ୍ତୁ ଏଥର ରାଜଧାନୀରେ ଦେଖିବାକୁ ମିଳିବ ନାହିଁ। ୧୮ ବର୍ଷ ପରେ ଏଥିରେ ବିରାମ ଲାଗିବ।

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ‘ଦାଣ୍ଡିଆ ନାଇଟ୍‌’ ଆୟୋଜିତ ହେଉଥିବା ବେଳେ ହଜାର ହଜାର ଲୋକ ସାମିଲ ହେଉଥିଲେ। ମହିଳାମାନେ ଲେହେଙ୍ଗା ଚୋଲି ଓ ପୁରୁଷମାନେ ପାରମ୍ପରିକ ସେରୱାନି ପିନ୍ଧି ଦାଣ୍ଡିଆ ନୃତ୍ୟର ମଜା ନେବା ସହ ପରମ୍ପରାର ଆଦାନ ପ୍ରଦାନ କରନ୍ତି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଯାଏ ଦାଣ୍ଡିଆ ନାଇଟ୍‌। ବଡ଼ ତାରକା ହୋଟେଲଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ପଡ଼ିଆମାନଙ୍କରେ ଆୟୋଜିତ ହୁଏ ଦାଣ୍ଡିଆ କାର୍ଯ୍ୟକ୍ରମ। ସଙ୍ଗୀତ, ନୃତ୍ୟ ସହ ଭକ୍ତିର ଏକ ଅନନ୍ୟ ପସରା ରାଜଧାନୀ ଅଗଣାରେ ଖୋଲିଗଲା ଭଳି ଲାଗେ। କିନ୍ତୁ ଏଥର ଏ ଅବକାଶ ଜୁଟିବ ନାହିଁ।

ଦାଣ୍ଡିଆ ନାଇଟ୍‌କୁ ଅଧିକ ଆକର୍ଷଣୀୟ କରିବାକୁ ଆୟୋଜକମାନେ ଏଥିରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରନ୍ତି। ଶ୍ରେଷ୍ଠ କଷ୍ଟୁମ୍‌ ପୁରସ୍କାର, ଶ୍ରେଷ୍ଠ ଦମ୍ପତି, ଶ୍ରେଷ୍ଠ ନୃତ୍ୟଶିଳ୍ପୀ, ଶ୍ରେଷ୍ଠ ଯୋଡ଼ି ଆଦି ବିଭିନ୍ନ ପ୍ରତିଯୋଗିତା ଦାଣ୍ଡିଆ ନାଇଟ୍‌ର ଉତ୍ସାହକୁ ଦ୍ବିଗୁଣିତ କରେ। ପୁଣି ଦାଣ୍ଡିଆ ନାଇଟ୍‌ରେ ମହିଳାଙ୍କ ପାଇଁ ମେହେନ୍ଦି, ଟାଟୁ, ମେକ୍‌ଅପ୍‌, ହେୟାର ସେଟିଂ ଓ ଚୁଡ଼ି ଆଦି ଷ୍ଟଲ୍‌ ବି ଖୋଲେ। ଏଥିସହ ପିଲାମାନଙ୍କ ପାଇଁ ଗେମ୍‌, ଆକ୍ଟିଭିଟି ଓ ସେଲ୍‌ଫି ଜୋନ୍‌ ବି ଖୋଲା ରୁହେ। ନବରାତ୍ର ଆସିଲେ ଭକ୍ତି, ପୁଜା, ଛୁଟି, ଅବସର ଓ ମ‌ନୋରଞ୍ଜନର ଏକ ପରିପୂର୍ଣ୍ଣ ପ୍ୟାକେଜ୍‌ ନେଇଆସେ। କିନ୍ତୁ ଚଳିତ ବର୍ଷ କରୋନା ମହାମରୀ ଏସବୁରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଆୟୋଜକମାନେ ହତାଶ ହୋଇଥିବା ବେଳେ ସହରବାସୀ ବି ନିରାଶ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe