ଏଥର ଅନଲାଇନରେ ଦେବୀ ଦର୍ଶନ, ଭୋଗର ହେବ ହୋମ୍ ଡେଲିଭରି । ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପର ଅଭିନବ ଉଦ୍ୟମ । କୋଭିଡ୍ କଟକଣା ଯୋଗୁଁ ଫେସବୁକ୍ ଲାଇଭରେ ଘରେ ବସି ଦର୍ଶନ କରିପାରିବେ ଶ୍ରଦ୍ଧାଳ । 

132

କନକ ବ୍ୟୁରୋ : ଏଥର ଅନଲାଇନରେ ଦେବୀ ଦର୍ଶନ । ଭୋଗର ହେବ ହୋମ୍ ଡେଲିଭରି । ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପ ପକ୍ଷରୁ ଏଭଳି ଅଭିନବ ଉଦ୍ୟମ କରାଯାଇଛି । କୋଭିଡ୍ କଟକଣା ଯୋଗୁଁ ଫେସବୁକ୍ ଲାଇଭରେ ଘରେ ବସି ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

କୋଭିଡ୍ କଟକଣା ଭିତରେ ଏଥର ପାଳନ ହେଉଛି ମା’ଙ୍କ ପୂଜା । ପୂଜା ମଣ୍ଡପ ଗୁଡିକ କରୋନାର ସମସ୍ତ ନିୟମ ପାଳନ କରି ପୂଜା ଆୟୋଜନ ପାଇଁ ପ୍ରସ୍ତୁତି କରୁଛନ୍ତି । ଆଉ ଏହି କ୍ରମରେ ଭୁବନେଶ୍ୱରର ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପ ଏଥର କରୋନାକୁ ନଜରରେ ରଖି ଅନଲାଇନ୍ ଦେବୀ ଦର୍ଶନ ବ୍ୟବସ୍ଥା କରିଛି । କେବଳ ସେତିକି ନୁହଁ, ଭକ୍ତ ଚାହିଁଲେ ଘରକୁ ପ୍ରସାଦ ମଧ୍ୟ ମଗାଇ ପାରିବେ । ବଡ କଥା ହେଉଛି ଭକ୍ତଙ୍କ ପାଇଁ ଏହି ପ୍ରସାଦ ହୋମ ଡେଲିଭରି ମାଗଣାରେ କରାଯିବା ବ୍ୟବସ୍ଥା ହେଉଛି ।

କରୋନା କଟକଣାକୁ ନଜରରେ ରଖି ଏଥର ଷଷ୍ଠୀରୁ ବେଲବରଣୀରୁ ଆରମ୍ଭ ହେଉଛି ପୂଜା । ଏହା ପରେ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ବିଜୟୀ ଦଶମୀ ନୀତି ସବୁ ପାଳନ କରାଯିବ । ତେବେ ପୂଜା କମିଟି ପକ୍ଷରୁ ୫ ଦିନ ଧରିପୂଜାର ଫେସବୁକ୍ ପେଜ ଜରିଆରେ ସିଧା ସଳଖ ମାଆଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଥିପାଇଁ ପ୍ରସ୍ତୁତି କରିଛି ପୁରୁଣା ଷ୍ଟେସନ ବଜାର ପୂଜା କମିଟି ।

ପୁରୁଣା ଷ୍ଟେସନ୍ ବାଜର ଭଳି ଅନ୍ୟନ୍ୟା ପୂଜା କମିଟି ମଧ୍ୟ ଅନ୍ଲାଇନ୍ ଦର୍ଶନର ନେଇ ବିଚାର କରୁଛନ୍ତି ।