ସାଧାରଣ ଜନତାଙ୍କୁ ରେଳବାଇର ଉପହାର : ଜୁଲାଇରୁ ବଦଳିଯିବ ଏହି ବ୍ୟବସ୍ଥା, ମିଳିବ ବିମାନ ଭଳି ଅନୁଭବ ଏବଂ ଆହୁରି ଅନେକ ସୁବିଧା

26

ରେଳବାଇର ପ୍ରିମିୟମ ଟ୍ରେନ ଗୁଡିକରେ ଜୁଲାଇ ମାସରୁ ଖାଇବାର ମେନ୍ୟୁ ବଦଳିବାକୁ ଯାଉଛି । ପରମ୍ପରାଗତ ରୋଟି, ତରକାରୀ, ଭାତ, ଡାଲି ବଦଳରେ ଉଡାଜାହାଜ ଭଳି ସୀମିତି ମାତ୍ରାରେ ଉଚ୍ଚ ଗୁଣବତ୍ତାଯୁକ୍ତ ଏବଂ ସ୍ୱାଦିଷ୍ଟ ଖାଦ୍ୟ ଦିଆଯିବ । ଏହା ସହିତ ଟ୍ରଲି ସାହାଯ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ । ଏହା ବ୍ୟତୀତ ସମସ୍ତ ମେଲ-ଏକ୍ସପ୍ରେସ ଟ୍ରେନରେ ନୂଆ ଡିଜାଇନର ମିନି ପେଣ୍ଟ୍ରି କାର ଲଗାଯିବ । ଏଥିରେ ଷ୍ଟୋରେଜ ଏବଂ ୱାଶିଂଗ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ସ୍ଥାନ ରହିବ । ଟ୍ରେନରେ ଖାଦ୍ୟପାନୀୟ ସେବାର ସମସ୍ତ ଦାୟିତ୍ୱ ଆଇଆରସିଟିସି ନିରୀକ୍ଷକଙ୍କ ହାତରେ ରହିବ ।

ରେଳବାଇ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନୀଙ୍କ କହିବାନୁସାରେ, କ୍ୟାଟରିଙ୍ଗ କ୍ଷେତ୍ରରେ ସୁଧାର ଆଣିବା ପାଇଁ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ମାସରୁ ଏହି ଟ୍ରେନରେ ଉଡାଜାହାଜ ଭଳି ‘ରେଡି ଟୁ ଇଟ’ ସେବା ଆରମ୍ଭ କରାଯିବ । ଏହା ବ୍ୟତୀତ ଶତାବ୍ଦୀ ଏବଂ ରାଜଧାନୀର ମେନ୍ୟୁରେ ପରିବର୍ତ୍ତନ କରାଯିବ । ଜୁନ ମାସରୁ ସମସ୍ତ ଗରୀବ ରଥ ଟ୍ରେନଗୁଡିକରେ ମିନି ପେଂଟ୍ରି କାର ଲଗାଇବାର କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ କୋଚରେ ଚାରିଟାରୁ ଗୋଟିଏ ଶୈାଚାଳୟକୁ ହଟାଇ ଦିଆଯିବ । ମେଲ-ଏକ୍ସପ୍ରେସ ଟ୍ରେନରେ ଖାଦ୍ୟପାନୀୟର ଗୁଣବତ୍ତା ବଜାୟ ରଖିବା ପାଇଁ ଆଇଆରସିଟିସିର କ୍ୟାଟରିଙ୍ଗ ନିରୀକ୍ଷକଙ୍କୁ ମୁତୟନ କରାଯିବ । ଠିକାଦାର ମାନେ ପ୍ରତ୍ୟେକ ଟ୍ରେନରେ ପିସଏସ ମେସିନ ବିତରଣ କରିବେ । ମୋଟ ୩ ହଜାର ପିଓଏସ କିଣାଯିବ । ଖାଦ୍ୟପାନୀୟ ବିକ୍ରିର ସାମାନ ପିଓଏସ ଦ୍ୱାରା କରାଯିବ ଏବଂ ଯାତ୍ରୀଙ୍କୁ ଏହାର ବିଲ ବି ଦିଆଯିବ ।

ଆଇଆରସିଟିସିର ସିଏମଡି ଏମ.ପି. ମଲଙ୍କ କହିବାନୁସାରେ, ଦେଶସାରା ମୋଟ ୬୮ଟି ବେସ କିଚେନ ନିର୍ମାଣ କରାଯାଉଛି । ଏହା ମଧ୍ୟରୁ ୧୬ର ନିର୍ମାଣ ପୁରା ହୋଇଯାଇଛି । ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ସମସ୍ତ ବେସ କିଚେନ ନିର୍ମାଣ କାର୍ଯ୍ୟ ସରିଯିବ । ଟ୍ରେନରେ ଭେଣ୍ଡରଙ୍କୁ ୟୁନିଫର୍ମ ଦିଆଯିବ ଓ ୟୁନିଫର୍ମରେ ନେମ ପ୍ଲେଟ ବି ରହିବ ।