କେହି କିଣିଲେନି ବଡ ଖେଳାଳିଙ୍କୁ: ପ୍ରଥମ ପର୍ଯ୍ୟାୟରେ ଅଲୋଡା ହେଲେ ରାଇନା, ସ୍ମିଥଙ୍କ ସହ ଏହି ସବୁ ବଡ ଖେଳାଳି

କେହି କିଣିଲେନି ବଡ ଖେଳାଳିଙ୍କୁ: ପ୍ରଥମ ପର୍ଯ୍ୟାୟରେ ଅଲୋଡା ହେଲେ ରାଇନା, ସ୍ମିଥଙ୍କ ସହ ଏହି ସବୁ ବଡ ଖେଳାଳି

କନକ ବ୍ୟୁରୋ: ଚାଲିଛି ଆଇପିଏଲ ମହାନିଲାମୀ । ଖେଳାଳିଙ୍କ ଉପରେ ହେଉଛି ଟଙ୍କା ବର୍ଷା । ହେଲେ ଏହି ବଡ ନିଲାମ ପ୍ରକ୍ରିୟାରେ ଅଲୋଡା ହୋଇଛନ୍ତି ବଡ ବଡ ଖେଳାଳି । ସୁରେଶ ରାଇନା, ଷ୍ଟିଭ ସ୍ମିଥ, ସକିବ ଅଲହାସନ ଓ ଡେଭିଡ ମିଲରଙ୍କ ଭଳି ଖେଳାଳି । ତେବେ ନିଜ ଦକ୍ଷତାରେ ବଡ ବଡ ମ୍ୟାଚ ଜିତାଇବାର ସାମର୍ଥ୍ୟ ରଖିଛନ୍ତି ଏହି ଖେଳାଳି । ହେଲେ ଏହି ଆଇପିଏଲରେ କେହି ଫ୍ରାଞ୍ଚାଇଜ ତାଙ୍କୁ କିଣିବାକୁ ମନବଳାଇନାହାନ୍ତି ।

ସେହିପରି ଶ୍ରେୟାସ ଆୟରଙ୍କୁ କିଣିଛି କୋଲକାତା ନାଇଟ ରାଇଡର । କୋଲକାତା ତାଙ୍କୁ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ତେବେ ଶ୍ରେୟାସଙ୍କୁ ନେଇ ଅନେକ ଦଳ ନିଲାମୀ ଡାକିଥିଲେ । ହେଲେ ଏଥିରେ ବାଜି ମାରିନେଇଥିଲା କୋଲକାତା । ତେବେ କୋଲକାତା ଶ୍ରେୟାସଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe