କନକ ବ୍ୟୁରୋ: ଚାଲିଛି ଆଇପିଏଲ ମହାନିଲାମୀ । ଖେଳାଳିଙ୍କ ଉପରେ ହେଉଛି ଟଙ୍କା ବର୍ଷା । ହେଲେ ଏହି ବଡ ନିଲାମ ପ୍ରକ୍ରିୟାରେ ଅଲୋଡା ହୋଇଛନ୍ତି ବଡ ବଡ ଖେଳାଳି । ସୁରେଶ ରାଇନା, ଷ୍ଟିଭ ସ୍ମିଥ, ସକିବ ଅଲହାସନ ଓ ଡେଭିଡ ମିଲରଙ୍କ ଭଳି ଖେଳାଳି । ତେବେ ନିଜ ଦକ୍ଷତାରେ ବଡ ବଡ ମ୍ୟାଚ ଜିତାଇବାର ସାମର୍ଥ୍ୟ ରଖିଛନ୍ତି ଏହି ଖେଳାଳି । ହେଲେ ଏହି ଆଇପିଏଲରେ କେହି ଫ୍ରାଞ୍ଚାଇଜ ତାଙ୍କୁ କିଣିବାକୁ ମନବଳାଇନାହାନ୍ତି ।

Advertisment

ସେହିପରି ଶ୍ରେୟାସ ଆୟରଙ୍କୁ କିଣିଛି କୋଲକାତା ନାଇଟ ରାଇଡର । କୋଲକାତା ତାଙ୍କୁ ୧୨ କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ତେବେ ଶ୍ରେୟାସଙ୍କୁ ନେଇ ଅନେକ ଦଳ ନିଲାମୀ ଡାକିଥିଲେ । ହେଲେ ଏଥିରେ ବାଜି ମାରିନେଇଥିଲା କୋଲକାତା । ତେବେ କୋଲକାତା ଶ୍ରେୟାସଙ୍କୁ ଅଧିନାୟକ ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।