ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରି ପାଇଁ ବଦଳିଲା ନିୟମ । ଜାଣନ୍ତୁ କେମିତି କରିବେ ବୁକିଂ ? 

440

କନକ ବ୍ୟୁରୋ : ଗ୍ୟାସ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଆଜିଠୁ ଜାରି ହେବ ନୂଆ ନିୟମ । ଯାହାର ସିଧାସଳଖ ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ । ଏଲପିଜି ସିଲିଣ୍ଡର ଡେଲିଭରି ଠାରୁ ଆରମ୍ଭ କରି ଗ୍ୟାସ ଦରରେ ହେବ ବଡ  ପରିବର୍ତ୍ତନ । ଆଜିଠୁ ଏଲପିଜି ଗ୍ୟାସ ସିଲିଣ୍ଡର ନେଇ ଲାଗୁ ହେବ ନୂଆ ନିୟମ ।

ଆଜିଠାରୁୁ ଏଲପିଜି ଗ୍ୟାସ ସିଲିଣ୍ଡରର ହୋମ ଡେଲିଭରି ପାଇଁ ବଦଳିଲା ନିୟମ । ଏଣିକି ଓଟିପି ନଦେଲେ ମିଳିବନି ଗ୍ୟାସ୍ । ତେବେ ଗ୍ୟାସ ସିଲିଣ୍ଡର ବୁକ୍ କଲାବେଳେ ଆପଣଙ୍କ ପଞ୍ଜିକୃତ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଆଉ ଏହି କୋଡକୁ ଡେଲିଭରି ବଏଙ୍କୁ ଦେଖାଇବା ପରେ ଯାଇ ଆପଣଙ୍କୁ ଗ୍ୟାସ ମିଳିବ ।

ନୂଆ ସିଲିଣ୍ଡର ପଲିସି ଅନୁସାରେ, ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ନାଁ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ କରିବାକୁ ହେବ । ଗ୍ରାହକଙ୍କ ଠିକଣା ଭୁଲ ଥିଲେ ବିତରଣ ବନ୍ଦ କରିଦିଆଯିବ । ତେବେ ଏହି ବ୍ୟବସ୍ଥା କେବଳ ଘରୋଇ ଗ୍ୟାସ ପାଇଁ ଲାଗୁ ହେବ । ବାଣିଜ୍ୟିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଗ୍ୟାସ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

ଗ୍ୟାସ ବୁକିଂ ପାଇଁ ନୂଆ ନମ୍ବର ଜାରି କଲା ଇଣ୍ଡିଆନ୍ ଗ୍ୟାସ୍ । ଏହି ନମ୍ବର ଜରିଆରେ ଆପଣ ଗ୍ୟାସ ବୁକ୍ କରିପାରିବେ । ଏଲପିଜି ଗ୍ୟାସ ବୁକିଙ୍ଗ କରିବା ପାଇଁ ଗ୍ରାହକଙ୍କୁ ୭୭୧୮୯୫୫୫୫୫ରେ ଏସଏମଏସ କରିବାକୁ ପଡିବ ।

ମାସର ପହିଲାରେ ଗ୍ୟାସ ସିଲିଣ୍ଡର ଦରରେ ହୋଇଥାଏ ପରିବର୍ତ୍ତନ । ଏହାରି ମଧ୍ୟରେ ଆଜିଠାରୁ ମଧ୍ୟ ଗ୍ୟାସ ଦରରେ ପରିବର୍ତ୍ତନ ହୋଇଛି । ଅକ୍ଟୋବର ମାସରେ ମଧ୍ୟ ଗ୍ୟାସ ସିଲିଣ୍ଡର ଦରବୃଦ୍ଧି କରାଯାଇଥିଲା ।

Comments are closed.