ପୁସ୍ତକ ପ୍ରେମୀଙ୍କ ନୂଆ ଠିକଣା ପାଲଟିଛି କଟକର ଏହି ପୁରୁଣା ବହି ଦୋକାନ । ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ସୁଯୋଗ

246

କନକ ବ୍ୟୁରୋ : ବହି ପୁରୁଣା ହେଉ କି ନୂଆ, ପାଠ ସବୁବେଳେ ସମାନ ଥାଏ । ଗୋଟିଏ ଶ୍ରେଣୀରୁ ଉର୍ତ୍ତୀନ୍ନ ହୋଇ ଅନ୍ୟ ଏକ ଶ୍ରେଣୀକୁ ଯିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ପୁରୁଣା ବହିକୁ ଖୁବ୍ କମ୍ ବ୍ୟବହାର କରିଥାଆନ୍ତି । ଘରେ ଥିବା ର୍ୟାକରେ ଏହା କେବଳ ସାଇତା ହୋଇ ରହିଥାଏ । ପୁଣି କେତେବେଳେ ମୂଷା ଓ ଉଇ ଖାଇ ଖତ ପାଲଟିଯାଏ । କେହି କେହି କବାଡି ବାଲାଙ୍କୁ ଖୁବ୍ କମ୍ ପଇସାରେ ବିକ୍ରି୍ର କରିଦେଇଥାଆନ୍ତି । କିନ୍ତୁ ପୁରୁଣା ବହିକୁ ପୁନଃ ବ୍ୟବହାର କରିବା ପାଇଁ କଟକ କଲେଜ ଛକରେ ରହିଛି ସେକେଣ୍ଡ ହ୍ୟାଣ୍ଡ ବହି ଦୋକାନ । ପୁରୁଣା ବହିକୁ କମ୍ ଦାମରେ କିଣି କିଛି ଲାଭ ରଖି ଏହାକୁ ବିକ୍ରି କରୁଛନ୍ତି ବ୍ୟବସାୟୀ । ପୁଣି ଥରେ ଆବଶ୍ୟକ କରୁଥିବା ପିଲାଙ୍କ ପାଖରେ ପହଂଚାଇ ପାରୁଛି ସେକେଣ୍ଡ ହ୍ୟାଣ୍ଡ ବୁକ୍ ଷ୍ଟୋର । ପାଖାପାଖି ୩୫ ବର୍ଷ ହେଲା କଟକରେ ଚାଲିଛି ଏହି ପୁରୁଣା ବହି ବେପାର । ବିଭିନ୍ନ ଭାଷାର ସବୁ ପ୍ରକାରର ବହି ଏଠାରେ ମିଳୁଥିବାରୁ ଖୁସିରେ କିଣିନେଉଛନ୍ତି ଗ୍ରାହକ ।

ପୁସ୍ତକ ପ୍ରେମୀଙ୍କ ନୂଆ ଠିକଣା ପାଲଟିଛି କଟକର ଏହି ପୁରୁଣା ବହି ଦୋକାନ । ବିଶେଷକରି ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିଛି । କମ୍ ଦାମରେ ଆବଶ୍ୟକ ମୁତାବିକ ବହିଟିଏ କିଣିବା ସହ ମେଧାବୀ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା ଏହି ବହିରୁ ମିଳିପାରୁଛି । ଏହା ସହ ବହୁ ବିଶିଷ୍ଠ ଲେଖକଙ୍କ ବହି ଏଠାରେ ଅଧାଦାମରେ ମିଳୁଥିବାରୁ ପୁସ୍ତକ ପ୍ରେମୀଙ୍କୁ ଏହା ସହାୟକ ହେଉଛି ।

କେହି କେହି ଏହି ବୁକ୍ ଷ୍ଟୋରରେ କମ୍ ଦାମରେ ବହି ବିକ୍ରି କରୂଥିବା ବେଳେ ବ୍ୟବସାୟୀ ମାନେ ମଧ୍ୟ ଲୋକଙ୍କ ଠାରୁ ପୁରୁଣା ବହି ସଂଗ୍ରହ କରିଥାଆନ୍ତି । ଆଜିର ମୋବାଇଲ ଓ ୟୁଟ୍ୟୁବ୍ ଯମାନାରେ କମିନି ବହିର ଚାହିଦା । ତେଣୁ ପିଲାଙ୍କୁ କମ୍ ଦାମରେ ପୁସ୍ତକ ଯୋଗାଇଦେବାରେ ବେଶ ସହାୟକ ହୋଉଛି କଟକର ଏହି ପୁରୁଣା ବହି ଦୋକାନ ।