କନକ ବ୍ୟୁରୋ : ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚଳିତ ମାସ ୨୪ ଓ ୨୫ ତାରିଖ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା ପ୍ରଥମ ଭାରତ ଗସ୍ତ । ଟ୍ରମ୍ପଙ୍କ ଭରତ ଗସ୍ତକୁ ନେଇ ହ୍ୱାଇଟହାଉସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଶ ଗୁରୁତ୍ୱବହନ କରୁଛି ।
ଦୁଇଦେଶ ମଧରେ ଉତମ ସମ୍ପର୍କ ସ୍ଥାପନ ଦିଗରେ ଏହାଏକ ମାଇଲଖୁଂଟ ସଦୃଶ ହେବ । ଟ୍ରମ୍ପଙ୍କ ସହ ତାଙ୍କ ପତ୍ନି ତଥା ଆମେରିକାର ପ୍ରଥମ ମହିଳା ମେଲେନିୟା ଟ୍ରମ୍ପ ବି ଭାରତ ଗସ୍ତରେ ଆସିବେ । ନୂଆଦିଲ୍ଲୀ ପରେ ଉଭୟଙ୍କର ଗୁଜୁରାଟର ଅହମଦାବାଦ ଯିବାର ବି କାର୍ଯ୍ୟକ୍ରମ ରହିଛି । ଟ୍ରମ୍ପଙ୍କ ଅହମଦାବାଦ ଗସ୍ତ ଖବର ଚର୍ଚ୍ଚାକୁ ଆସିବା ପରେ ଗୁଜୁରାଟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଟ୍ରମ୍ପଙ୍କ ଭାରତ ଗସ୍ତ ଅବସରରେ ‘କେମ ଚ୍ଛୋଁ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/TRUMP.jpg)