ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଯୁବକଙ୍କ ଡ୍ୟାନ୍ସ କରୁଥିବା ଭିଡିଓ , ବଲିଉଡ୍ କଳାକାର ମଧ୍ୟ ପଚାରିଲେ କିଏ ଏ ଯୁବକ , ନାଁ କ’ଣ ? ଦେଖନ୍ତୁ ଭିଡିଓ 

Advertisment
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଯୁବକଙ୍କ ଡ୍ୟାନ୍ସ କରୁଥିବା ଭିଡିଓ , ବଲିଉଡ୍ କଳାକାର ମଧ୍ୟ ପଚାରିଲେ କିଏ ଏ ଯୁବକ , ନାଁ କ’ଣ ? ଦେଖନ୍ତୁ ଭିଡିଓ 

ଆଜିର ସମୟରେ ସୋସିଆଲ୍ ମିଡିଆ ଏମିତି ଏକ ପ୍ଲାଟଫର୍ମ ସାଜିଲାଣି ଯେଉଁଠି ଲୁୁକ୍କାୟିତ କଳାକୁ ସାମ୍ନାକୁ ଆଣି ଲୋକପ୍ରିୟତା ସାଉଁଟିବାରେ ସଫଳ ହେଉଛନ୍ତି ସାଧାରଣ ଜନତା । ଅନେକ ଦକ୍ଷତା ଏହାରି ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆସୁଛି । ଏବେ ରାନୁ ମଣ୍ଡଳ ହିଁ ନେଇନିଅନ୍ତୁ ! ସେ ମଧ୍ୟ ସ୍ୱପ୍ନରେ ସୁଦ୍ଧା ଜାଣିଭାବି ନଥିବେ ଯେ ଷ୍ଟେସନରେ ବସି ଗୀତ ଗାଉଥିବାର ଗୋଟିଏ ଭିଡିଓ ତାଙ୍କ ଜୀବନରେ ଏଭଳି ପରିବର୍ତ୍ତନ ଆଣିବ । ତେବେ ଖାଲି ରାନୁ ନୁହଁନ୍ତି ଏଭଳି ଅନେକ ପ୍ରତିଭାଙ୍କ ସ୍ୱପ୍ନକୁ ଲୋକଙ୍କ ପାଖରେ ପହଁଚାଇଛି ସୋସିଆଲ୍ ମିଡିଆ । ତେବେ ଟିକଟକ୍ ମାଧ୍ୟମରେ ଜଣେ ଯୁବକ ମଧ୍ୟ ଏବେ ଚର୍ଚ୍ଚା ସାଉଁଟିଛନ୍ତିି । ଟିକଟକ୍ ରେ ତାଙ୍କ ଡ୍ୟାନ୍ସ ଏମିତି ଲୋକପ୍ରିୟ ହୋଇଛି ଯେ କୋରିଓଗ୍ରାଫର୍ ତଥା ସିନେମା ନିର୍ମାତା ରେମୋ ଡିସୁଜା ,ବଲିଉଡ୍ ବିଗ୍ ବି ଅମିତାଭ୍ ବଚ୍ଚନ ଏବଂ ଡ୍ୟାନ୍ସର ତଥା ଅଭିନେତା ରିତିକ୍ ରୋଶନ୍ ମଧ୍ୟ ଏବେ ଏହି ଡ୍ୟାନ୍ସରଙ୍କ ଠିକଣା ଏବଂ ନାଁ ପଚାରୁଛନ୍ତି ।

ଟ୍ୱିଟରରେ ଏହି ଡ୍ୟାନ୍ସ ଭିଡିଓକୁ ସେୟାର୍ କରି ଅଭିନେତା ରିତିକ୍ ଏବଂ କୋରିଓଗ୍ରାଫର୍ ରେମୋ ଡିସୁଜା ଯୁବକର ନାଁ ପଚାରୁଛନ୍ତି । ଭିଡିଓରେ ଯୁବକ ଜଣକ ରେମୋଙ୍କ ଆଗାମୀ ସିନେମା ଷ୍ଟ୍ରିଟ୍ ଡ୍ୟାନ୍ସରର ଗୀତ “ମୁକାବଲ୍ଳା”ରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ଯୁବକଙ୍କ ଡ୍ୟାନ୍ସ ଅବିକଳ ପପଷ୍ଟାର୍ ମାଇକେଲ୍ ଜ୍ୟାକସନ୍ ଭଳି ହୋଇଛି । ଯୁବକଙ୍କ ଗୋଡ ମୁଭ୍ ର ଯେତେ ପ୍ରଶଂସା କଲେ ବି କମ୍ ପଡିବ ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe