ଜିଓ ଆଣିଲା ବମ୍ପର ଅଫର । ମାତ୍ର ୩ ଟଙ୍କା ୫୦ ପଇସାରେ ମିଳିବ ୧ ଜିବି ଡାଟା, ଜାଣନ୍ତୁ କେତେ ଟଙ୍କାରେ ମିଳିବ କେତେ ଜିବି ଡାଟା

4,142

କନକ ବ୍ୟୁରୋ : ଜିଓ ସିମ୍ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓ ଆଣୁଛି ଧମାକାଦାର ବମ୍ପର ଅଫର । ମାତ୍ର ୩ଟଙ୍କା ୫୦ ପଇସାରେ ଆପଣ ପାଇପାରିବେ ୧ ଜିବି ଡାଟା ।

ଜିଓର ଧମାକାଦାର ଅଫର

ମାତ୍ର ୩ ଟଙ୍କା ୫୦ ରେ ଦେଉଛି ୧ ଜିବି ଡାଟା

ଶାସ୍ତା ଅଫର ଦେଉଛି, ଗ୍ରାହକଙ୍କୁ ଆକର୍ଷିତ କରୁଛି

ଟେଲିକମ୍ ଇଣ୍ଡଷ୍ଟ୍ରିରେ କମ୍ ଟଙ୍କାରେ ଅଫର ଦେଇ ନିଜ ଦବା ଦବା ଜାହିର କରିଛି ରିଲାଏନ୍ସ ଜିଓ । ଏହାସହ ଭଲ ଅଫର ଦେଇ ଲୋକମାନଙ୍କ ପାଖରେ ପ୍ରିୟ ହୋଇ ପାରିଛି ଜିଓ ସିମ୍ । ଏହା ମଧ୍ୟରେ ପୁଣି ଜିଓ ଏଭଳି ଅଫର ଦେଇ ଲୋକଙ୍କୁ ଆକର୍ଷିତ କରିଛି ଯେ, ଯାହାଦ୍ୱାରା ଲୋକମାନେ ଅଧିକରୁ ଅଧିକ ସଂଖ୍ୟାରେ ଜିଓ ବ୍ୟବହାର କରିବେ ।

କେତେ ଟଙ୍କାରେ କେତେ ଜିବି ଡାଟା ?

ଆପଣ ସମସଙ୍କ ପାଖରେ ଜିଓର ୫୯୯ ଟଙ୍କାର ପ୍ଲାନ ବେଶ ପରିଚିତ । ଏହା ଶସ୍ତା ଅଫର ନହେଲେ ମଧ୍ୟ ଏହାର ସମୟ ଅବଧି ଦୃଷ୍ଟିରୁ ଏହାକୁ ଲୋକମାନେ ବେଶ ପସନ୍ଦ କରନ୍ତି ।  ଜିଓର ଏହି ପ୍ଲାନ୍ ଯାହାକି ପ୍ରତିଦିନ ୨ ଜିବି ଡାଟା ଦେଉଛି । ତେବେ ଜିଓର ଶସ୍ତା ଅଫର ଯୋଗୁଁ ଏହା ଗ୍ରାହକଙ୍କ ପାଖରେ ବେଶ ପରିଚିତ ହୋଇଛି ।

ଯଦି ଆମେ ୪୪୪ ଟଙ୍କିଆ ପ୍ଲାନ କଥା ଦେଖିବା ତେବେ ଏଥିରେ ୧ ଜିବି ଡାଟା ପାଇଁ ଆମକୁ ୪ଟଙ୍କା ଦେବାକୁ ପଡୁଛି । ଏହାସହ ୫୬ ଦିନରେ ଏଥିରେ ୧୧୨ ଜିବି ଡାଟା ମିଳୁଛି । ଅନ୍ୟପକ୍ଷରେ ୫୯୯ ଟଙ୍କା ପ୍ଲାନରେ ୧ ଜିବି ଡାଟା ପାଇଁ ଗ୍ରାହକଙ୍କୁୁ ୩ ଟଙ୍କା ୫୭ ପଇସା ଦେବାକୁ ପଡୁଛି । ଯେଉଁଠି ମୋଟ୍ ୮୪ ଦିନରେ ଏହି ପ୍ଲାନ ଗ୍ରାହକଙ୍କୁ ୧୬୮ ଜିବି ଡାଟା ଦେଉଛି । ତେବେ ମୋଟ୍ ଉପରେ କହିବାକୁ ଗଲେ ୫୯୯ ଟଙ୍କା ପ୍ଲାନ ଗ୍ରାହକଙ୍କୁ  ଅଧିକ ଡାଟା ଦେଉଛି ।

ପ୍ରତିଯୋଗିତା ହେଲା, ଯୋଜନା ବଦଳିଲା

କିଛି ବର୍ଷ ପୂର୍ବେ ରିଲାଏନ୍ସ ଜିଓ ଟେଲିକମ୍ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲା  । ଶସ୍ତା ତଥ୍ୟ ସହିତ ଯୋଜନାକୁ ନେଇ କମ୍ପାନୀ ଶିଳ୍ପକୁ ଥରାଇ ଦେଇଥିଲା। ବିଗତ ବର୍ଷଗୁଡିକରେ, ପ୍ରତିଯୋଗିତା ବୃଦ୍ଧି ଯୋଗୁଁ କମ୍ପାନୀ ମଧ୍ୟ ଯୋଜନାଗୁଡ଼ିକୁ ବଦଳାଇ ଦେଇଛି । ତଥାପି, ଶସ୍ତା ପ୍ରିପେଡ୍ ଯୋଜନା ଦୃଷ୍ଟିରୁ ଏହା ଶୀର୍ଷରେ ଅଛି ।

ଜିଓର ୫୯୯ ଟଙ୍କା ଯୋଜନାରେ ଗ୍ରାହକଙ୍କୁ ଅସୀମିତ ୨ ଦିନିଆ ଡାଟା, ଅସୀମିତ ଅନ୍-ନେଟ୍ କଲିଂ, ଅଫ୍ ନେଟ୍ କଲିଂ ପାଇଁ ୩୦୦୦ ମିନିଟ୍, ଦୈନିକ ୧୦୦ ଏସଏମଏସ ଏବଂ ଜିଓ ଆପ୍ସର ସବସ୍କ୍ରିପସନ୍ ମଧ୍ୟ ଦିଆଯାଉଛି ।