କନକ ବ୍ୟୁରୋ : ବିମାନରେ ଯାତ୍ରା କରୁଥିଲେ ଆପଣ ଏହି ଖବର ଜାଣିବା ନିଶ୍ଚୟ ଆବଶ୍ୟକତା ରହିଛି । ଅନେକ ସମୟରେ ବିମାନ ଦୁର୍ଘଟଣାର ଖବର ଆସିଥାଏ । ବିମାନ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ଜାବନ ଯାଇଥିବା ଘଟଣା ମଧ୍ୟ ସମସ୍ତଙ୍କୁ ବ୍ୟଥିତ କକିଥାଏ । ଏପରିକି ଟ୍ରେନ୍ ଦୁର୍ଘଟଣାର ଅନେକ ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଭାବେ ଆହତ ହୋଇଥାନ୍ତି । କିନ୍ତୁ ବିମାନ ଦୁର୍ଘଟଣାରେ ଲୋକଙ୍କ ଜୀବନ ବଞ୍ଚିବା ଏକପ୍ରକାର ଅସମ୍ଭବ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ବିମାନରେ ବି ଏପରି ଏକ ସ୍ଥାନ ରହିଛି ଯେଉଁଠି ବସିଲେ ଲୋକଙ୍କ ଜୀବନ ବଞ୍ଚିଯିବାର ସମ୍ଭାବନା ରହିଥାଏ ।

Advertisment

ବିମାନରେ ସବୁଠୁ ସୁରକ୍ଷିତ ସିଟ୍ ବିଷୟରେ ଜାଣିବା ପାଇଁ ବୈଜ୍ଞାନୀକନମାନେ ଅନେକ ପରୀକ୍ଷା କରିଥିଲେ । ୨୦୧୨ରେ ଏକ ପ୍ଲେନକୁ କ୍ରାସ୍ କରି ପରୀକ୍ଷା କରାଯାଇଥିଲା । ରେଗିସ୍ତାନରେ ଏହି ପ୍ଲେନକୁ କ୍ରାସ୍ କରାଯାଇଥିଲା । ଏହି ପରୀକ୍ଷାରୁ ଜଣାପଡିଥିଲା ବିମାନର କେଉଁ ସିଟରେ ବସିଲେ ଦୁର୍ଘଟଣାରେ ଜୀବନ ବଞ୍ଚିଯିବାର ସମ୍ଭାବନା ଅଧିକ ଥାଏ ।

ପରୀକ୍ଷାରେ ଜଣାପଡିଥିଲା, କ୍ରାସ୍ ହୋଇଥିବା ପ୍ଲେନର ପଛ ଅଂଶ ସବୁଠୁ କମ୍ କ୍ଷତିଗ୍ରସ୍ତ ହୋଇଛି । ପ୍ଲେନର ଆଗରେ କିମ୍ବା ୱିଙ୍ଗ୍ ପାଖରେ ଥିବା ସିଟ୍ ଗୁଡିକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଖାସକରି ପ୍ଲେନର ଆଗ ସିଟରେ ବସିଥିବା ଯତ୍ରୀଙ୍କର ଜୀବନ ଅଧିକ ବିପଦରେ ଥାଏ ଯେତେବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଏହି ପରୀକ୍ଷାରୁ ଜଣାପଡିଥିଲା କି ପଛ ସିଟରେ ବସିଥିବା ଯାତ୍ରୀ ସବୁଠୁ ଅଧିକ ସୁରକ୍ଷିତ ରହିଥାନ୍ତି । ତେଣୁ ଆପଣ ବି ଯଦି ବିମାନରେ ଯାତ୍ରା କରନ୍ତି ଏବଂ କୌଣସି ଅପ୍ରିତିକର ପରିସ୍ଥିତିରେ ନିଜର ଜୀବନ ବଞ୍ଚାଇବାକୁ ଚାହାନ୍ତି ତେବେ ବିମାନର ପଛ ଭାଗରେ ଥିବା ସିଟକୁ ହିଁ ବୁକ୍ କରନ୍ତୁ ।