କନକ ବ୍ୟୁରୋ: ବାଜା ବାଜୁଛି । ବାଣ ରୋଷଣୀରେ ପରିବେଶ କମ୍ପୁଛି । ବିଭିନ୍ନ ସାଜସଜ୍ଜା ସହ ଲୋକାରଣ୍ୟ ହୋଇଉଠିଛି ପରିବେଶ । ଜଣେ ଶିକ୍ଷକଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ରଥରେ ବସି ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଦେଉଛନ୍ତି ଛାତ୍ରଛାତ୍ରୀଙ୍କ ସହ ଗାଁର ଲୋକେ ।

Advertisment

ବାଲେଶ୍ୱର ବାଲିଆପାଳ ବ୍ଳକର ସୁନାରୁଇ ଗଦାଧର ଗିରି ସରକାରୀ ଉ୍ଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନ । ଦୀର୍ଘ ୩୯ ବର୍ଷ ଧରି ଏହି ସ୍କୁଲରେ ଶିକ୍ଷକତା କରିବା ପରେ ଅବସର ନେଇଛନ୍ତି । ପିଲାମାନଙ୍କ ଅନୁଗାମୀ ପାଲଟିଥିଲେ ପ୍ରଧାନ ଶିକ୍ଷକ ନିରଂଜନ ପ୍ରଧାନ । ସ୍କୁଲରୁ ନେଇ ଗାଁରେ ସମସ୍ତଙ୍କ ଅତିପ୍ରିୟ ଶିକ୍ଷକ ଅବସରକୁ କେହି ସହଜରେ ଗ୍ରହଣ କରିପାରୁନଥିଲେ । ହେଲେ ଚାକିରୀ ଜୀବନ ଶେଷ ହୋଇଯିବାରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ବିଦାୟ ଦେଇଛନ୍ତି । ଅବସର ନେବା ପରେ ସ୍କୁଲରୁ ଶିକ୍ଷକଙ୍କୁ ଏହିଭଳି ସୁସଜ୍ଜିତ ରଥରେ ବୁଲାଇ ବିଦାୟ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଗାଁର ଶହଶହ ଲୋକେ । ନିଜର ପ୍ରିୟ ଶିକ୍ଷକଙ୍କୁ ପୂଜାର୍ଚ୍ଚନା କରି ରଥରେ ବସାଇ ୧୦କିଲୋମିଟର ପର୍ଯ୍ୟନ୍ତ ଶୋଭାଯାତ୍ରା କରି ଘରେ ଛାଡିଦେଇ ଆସିଛନ୍ତି ଛାତ୍ରଛାତ୍ରୀ ।