କନକ ବ୍ୟୁରୋ: ସ୍କୁଲ ଚାରିପାଖେ ପାଣି । କାକଟପୁର ବ୍ଲକ ଅଧୀନ ସାଡେଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ଏଠାରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାହେଉଛି । ୫ଟି ଗାଁର ପ୍ରାୟ ୭୦ ଜଣ ପିଲା ଏଠାରେ ପାଠ ପଢ଼ୁଛନ୍ତି । ହେଲେ ପିଲାଏ ସ୍କୁଲକୁ ଯିବେ କେମିତି? କାରଣ ସ୍କୁଲ ଚାରିପାଖେ ପାଣି ହଁ ପାଣି । ପାଣିରେ ପଶି ପିଲା ସ୍କୁଲ ଯାଉ ଛନ୍ତି । ନହେଲେ ଅଭିଭାବକମାନେ ପିଲାଙ୍କୁ ଧରି ପାଣିରେ ପଶି ସ୍କୁଲ ନେଉଛନ୍ତି । ସ୍କୁଲ ପରିସରରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ବି ଚାଲିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us