କନକ ବ୍ୟୁରୋ : କରୋନା ମହାମାରୀ ପାଇଁ ଅନଲାଇନ ଚାଲିଛି ପାଠପଢ଼ା । ହେଲେ ଗାଁରେ ବିଜୁଳି ନଥିିବାରୁ ପିଲାଙ୍କ ପାଠପଢା ପାଇଁ ଭରସା ପାଲଟିଛି ସୋଲାର ବ୍ୟାଟେରୀ । କେନ୍ଦ୍ରାପଡା ରାଜନଗର ବ୍ଲକ ମଗରକନ୍ଦା ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ । ଗାଁରେ ବିଜୁଳି ଆଲୁଅ ସାତ ସପନ ହୋଇଥିବା ବେଳେ ଏକମାତ୍ର ସୋଲାର ବ୍ୟାଟେରୀ ସାମ୍ନାରେ ମୋବାଇଲ ଚାର୍ଜ ପାଇଁ ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି ଛାତ୍ରଛାତ୍ରୀ ।

Advertisment

ଏପରିକି ମୋବାଇଲ ଚାର୍ଜ ପାଇଁ ୨୦ରୁ ୩୦ ଟଙ୍କା ଭଡ଼ା ମଧ୍ୟ ଦେବାକୁ ପଡୁଛି । ଯଦି ଏସବୁ ନକରିପାରିଲେ ତେବେ ରାତିରେ ଡ଼ିବି, ଲଣ୍ଠନ ଜାଳି ପାଠ ପଢ଼ୁଛନ୍ତି ପିଲା । ଆଉ ଯାହା ପାଖରେ ମୋବାଇଲ ନାହିଁ, ତାର ପାଠପଢା ବନ୍ଦ । ସଂଧ୍ୟା ପର୍ଯ୍ୟନ୍ତ ଏହି ଭଳି ଧାଡିରେ ରହି ନିଜର ସ୍ୱପ୍ନ ଗଢିବାରେ ଲାଗିଛନ୍ତି ସମୁଦ୍ର କୂଳିଆ ଉପାନ୍ତ ଅଂଚଳର ଏହି ଛାତ୍ରଛାତ୍ରୀ ।