ନିୟମକୁ ବେଖାତିର କରି ହଲ୍ ଭିତରେ ବାଣ ଫୁଟାଇଲେ ଭାଇଜାନଙ୍କ ପ୍ରଶଂସକ, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ।

292

କନକ ବ୍ୟୁରୋ: ସିନେମା ଟାଇଗର ଥ୍ରୀ  ଓ ସଲମାନଙ୍କ ପ୍ରେମରେ ପଡି ଉପସ୍ଥିତ ବୁଦ୍ଧି-ଜ୍ଞାନ ହଜାଇଲେ ପ୍ରଂଶସକ । ନିକଟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ଟାଇଗର ଥ୍ରୀ । ମହାରାଷ୍ଟ୍ର ମାଲେଗାଓଁର ଏକ ସିନେମାଘରେ ଫିଲ୍ମ ପ୍ରଦର୍ଶନ ସମୟରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଯେଉଁ ସମୟରେ ସିନେମାରେ ସଲମାନଙ୍କ ଏଣ୍ଟ୍ରି ସିନ ଆରମ୍ଭ ହୋଇଥିଲା ସେହି ସମୟରେ ସେଠାରେ ଥିବା ବହୁ ସଂଖ୍ୟକ ପ୍ରଶଂସକ ହଠାତ ବାଣ ଫୁଟାଇବା ଆରମ୍ଭ କରିଥିଲେ । ତେବେ ସିନେମାଘର ମାଲିକ ଓ କର୍ମଚାରୀ ଯେତେ ଅଟକାଇବାକୁ ଚେଷ୍ଟା କରିଥିଲେ ବି ପ୍ରଶଂସକମାନଙ୍କ ଉତ୍ପାତ କମିନଥିଲା । ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପଟେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଅଭିନେତା ସଲମାନ ଖାନ ପ୍ରଶଂସକଙ୍କ ଏଭଳି ବିପଦପପୂର୍ଣ୍ଣ ଘଟଣାଠୁ ଦୂରେଇ ରହିବାକୁ ଅପିଲ କରିଛନ୍ତି । ଏଭଳି ଘଟଣା ବେଶ ବିପଦପୂର୍ଣ୍ଣ । ନିଜକୁ ଓ ଅନ୍ୟମାନଙ୍କୁ ବିପଦରେ ନପକାଇବାକୁ ଅପିଲ କରିଛନ୍ତି ସଲମାନ ଖାନ ।