କାଲି ଭାରତ ଦେଖିବ ଦିନିକିଆ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ କଲେଜ୍ ପଢୁଆ ଛାତ୍ରୀ । ଜାଣନ୍ତୁ କାହିଁକି ନିଆଗଲା ଏମିତି ନିଷ୍ପତ୍ତି ।

14,244

କନକ ବ୍ୟୁରୋ : ଫିଲ୍ମ ‘ନାୟକ’ର କାହାଣୀ ହୁଏତ ଆପଣଙ୍କର ମନେ ଥିବ । କିପରି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ବନିଥିଲେ ଅନିଲ କାପୁର । ଦିନିକିଆ ମୁଖ୍ୟମନ୍ତ୍ରୀ କଥା ଉଠିଲେ ମନକୁ ଆପେ ଆପେ ଚାଲିଆସେ ‘ନାୟକ’ ଫିଲ୍ମର କାହାଣୀ । କିନ୍ତୁ ଆଜି ଆମେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଦିନିକିଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସତ କାହାଣୀ କହିବୁ ।

ସୃଷ୍ଟି ସମ୍ଭାଳିବେ ଶାସନ ଭାର । ୨୪ ଘଣ୍ଟା ପାଇଁ ହେବେ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ହରିଦ୍ୱାର ନିବାସୀ ସୃଷ୍ଟି ଗୋସ୍ୱାମୀ । ଦିନକ ପାଇଁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ସୃଷ୍ଟି । ଆସନ୍ତା ଜାନୁଆରୀ ୨୪ ତାରିଖ ମହିଳା ଦିବସ ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସ୍ୱୀକୃତି ପ୍ରଦାନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସୃଷ୍ଟି ଗୋସ୍ୱାମୀଙ୍କ ବିଷୟରେ ।

ହରିଦ୍ୱାରର ଦୌଲତପୁର ନିବାସୀ ସୃଷ୍ଟି ବିଏସଏସ ପିଜି କଲେଜରେ ବିଏସସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ । ତେବେ ୨୦୧୮ ମେ ମାସରେ ଉତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ଆସନ୍ତୁ ଜାଣିବା ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ କଣ କରିବେ ସୃଷ୍ଟି ।

ମୁଖ୍ୟମନ୍ତ୍ରୀ ବନିବା ପରେ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ସୃଷ୍ଟି ଗୋସ୍ୱାମୀ । ଆଇ ଏହି ବୈଠକରେ ବିଭାଗୀୟ ଅଧିକାରୀମାନେ ୫-୫ ମିନିଟ୍ ଧରି ବିକାଶ ମୂଳକ ଯୋଜନାର ପ୍ରେଜେନଟେସନ୍ ଦେବେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଫିସରମାନେ ମଧ୍ୟ ଉପସ୍ଥିତ ରହିବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଉତରାଖଣ୍ଡ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।