ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର: ୧୯ରୁ ମାଟ୍ରିକ୍‌ ପରୀକ୍ଷା, ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡରେ କଲେଜ ଅଧ୍ୟାପକ

Advertisment
ମାଟ୍ରିକ ପରୀକ୍ଷା ପ୍ରସ୍ତୁତି : ୱେବସାଇଟରେ ଛଡ଼ାଗଲା ଆଡମିଟ୍ କାର୍ଡ, ଜାଣନ୍ତୁ କେମିତି କରିବେ ଡାଉନଲୋର୍ଡ

କନକ ବ୍ୟୁରୋ : ଫେବ୍ରୁଆରି ୧୯ରୁ ମାଟ୍ରିକ୍‌ ପରୀକ୍ଷା। ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ପରୀକ୍ଷାର ସୁପରିଚାଳନା ତଥା ତଦାରଖ ପାଇଁ ସ୍କ୍ବାଡ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥର ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ରେ କଲେଜ ଅଧ୍ୟାପକ, ରିଡରମାନଙ୍କୁ ସାମିଲ କରାଯିବ। ସେମାନେ ମାଟ୍ରିକ୍‌ ପରୀକ୍ଷାର ତଦାରଖ ଲାଗି ସ୍କ୍ବାଡ୍‌ରେ ସାମିଲ ହୋଇ ବିଭିନ୍ନ କଲେଜ ଗସ୍ତ କରିବେ। କପି ରୋକିବା, ସିସିଟିଭି ଯାଞ୍ଚ, ପରୀକ୍ଷା ପରିଚାଳନା ଆଦି ବିଷୟରେ ଯାଞ୍ଚ କରିବେ।

ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅଧ୍ୟାପକ ଓ ରିଡରମାନଙ୍କ ତାଲିକା ଜାରି ହୋଇଛି। ସ୍କ୍ବାଡ୍‌‌ରେ ସାମିଲ ହେବା ପୂର୍ବରୁ ସେମାନେ କିଭଳି ତାଲିମ ନେବେ ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଅନୁରୋଧ କରାଯାଇଛି। ଏଦିଗରେ ପଦକ୍ଷେପ ନେବାକୁ ବି କୁହାଯାଇଛି। ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ରେ ସାମିଲ ହୋଇଥିବା ସଦସ୍ୟମାନେ ଆସନ୍ତା ୧୮ ତାରିଖରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ନିକଟରେ ରିପୋର୍ଟ କରିବେ। ସ୍ବତନ୍ତ୍ର ସ୍କ୍ବାଡ୍‌ରେ ସାମିଲ ହେବାକୁ ଥିବା ସଦସ୍ୟମାନେ ୧୭ ତାରିଖ ପୂର୍ବାହ୍ନ ୧୧ଟା ସୁଦ୍ଧା‌ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ପର୍ଯ୍ୟବେକ୍ଷଣ ବୈଠକରେ ସାମିଲ ହେବାକୁ କୁହାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସାମିଲ ହେବାକୁ ଥିବା ଅଧ୍ୟାପକ ଓ ରିଡରଙ୍କ ତା‌ଲିକା ଇତି ମଧ୍ୟରେ ପ୍ରକାଶ ପାଇଛି। ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ରେ ୬୯ ଜଣ ଅଧ୍ୟାପକ ଓ ରିଡର ସାମିଲ ହେବାକୁ ଥିବା ବେଳେ ସ୍ବତନ୍ତ୍ର ସ୍କ୍ବାଡ୍‌ରେ ୩୪ ଜଣଙ୍କୁ ସାମିଲ କରାଯାଇଛି। ପ୍ରତି ଜିଲ୍ଲାରୁ ୨ରୁ ୩ ଜଣ ଅଧ୍ୟାପକ ଓ ରିଡରଙ୍କୁ ଉଭୟ ସ୍କ୍ବାଡ୍‌ରେ ରଖାଯାଇଛି। ସେମାନେ କିଭଳି ନିର୍ଦ୍ଧାରିତ ସମୟରେ ସମସ୍ତ ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ସାମିଲ ହେବେ ସେଦିଗରେ ପଦକ୍ଷେପ ନେବାକୁ ସମ୍ପୃକ୍ତ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହି ତାଲିକାରେ ସରକାରୀ ଓ ଅନୁଦାନପ୍ରାପ୍ତ ସରକାରୀ କଲେଜର ଅଧ୍ୟାପକ ଓ ରିଡରମାନେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe