କନକ ବ୍ୟୁରୋ : ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସଂବୋଧନ କରିବେ । ଆଜି ରାତି ୮ଟାରେ ମୋଦିଙ୍କ ଏହି ସଂବୋଧନ ରହିଛି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବକ୍ତବ୍ୟରେ କୋଭିଡ୍ ୧୯ ସହ ଜଡିତ ବିଭିନ୍ନ ବିଷୟ ଓ ଏହାର ମୁକାବିଲା ସମ୍ପର୍କରେ ମତ ରଖିବେ । ପୂର୍ବରୁ ଦେଶର ସଂସଦର ସମସ୍ତ ସଦସ୍ୟ ନିଜ ନିଜର ନିର୍ବାଚନ ମଣ୍ଡଳିରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଥିଲେ ।
କରୋନା ଭୂତାଣୁ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଗଣମାଧ୍ୟମର ସହଯୋଗ ନେବାକୁ ମୋଦି ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ମୁକାବିଲାରେ କଣ କରାଯିବା ଉଚିତ୍ କଣ କରାଯିବା ଉଚିତ୍ ନୁହଁ ସେ ବିଷୟରେ ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ପରାମର୍ଶ ଦେଇସାରିଛନ୍ତି । ଆଜି ରାତି ୮ଟାରେ ମୋଦି ସାରା ଦେଶବାସୀଙ୍କୁ ସଂବୋଧନ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/Prime-Minister-Narendra-Modi-750x430.jpg)