ମାତ୍ର ୮୦ ଟଙ୍କାରେ ୫୫୦ କିଲୋମିଟର ଦୌଡିବ ଏହି ସ୍କୁଟର ! ମୂଲ୍ୟ ଏବଂ ଫିଚର ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

71

ଖୁବ ଶିଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଅଥର-୪୫୦ ସ୍କୁଟର । ଦେଶରେ ଦିନ କୁ ଦିନ ତେଲ ଦର ବଢିବାରେ ଲାଗିଛି । ଯାହା ଦ୍ୱାରା ଲୋକଙ୍କ ପକେଟ ଖର୍ଚ୍ଚ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଯଦି କୌଣସି ଦୁରସ୍ଥାନକୁ ଯିବାକୁ ପଡେ କାର କିମ୍ବା ବାଇକରେ ତେବେ ଗୋଟେ ସାଧାରଣ ଲୋକର ମାସିକ ଦରମାରୁ ଏକ ତୃତୀୟାଶଂ ଦରମା ତେଲ ପୋଡାରେ ଖର୍ଚ୍ଚ ହୋଇଯାଇଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତର ନୂଆ ଷ୍ଟାର୍ଟଅଫ କମ୍ପାନୀ ଅଥର ଏନର୍ଜି ଖୁବ ଶିଘ୍ର ଏକ ସ୍କୁଟର ଲଞ୍ଚ କରିବାକୁ ଯାଉଛି ଯହା ମାତ୍ର ୮୦ ଟଙ୍କାରେ ଦୌଡିବ ୫୫୦ କିଲୋମିଟର ।

ସୂଚନା ମୁତାବକ, ଭାରତର ନୂଆ ସ୍ଟାର୍ଟଅଫ କମ୍ପାନୀ ଅଥର ଏନର୍ଜି ଦ୍ୱାରା ଲଞ୍ଚ ହେବାକୁ ଯାଉଥିବା ଏହି ସ୍କୁଟର ସମ୍ପୁର୍ଣ୍ଣଭାବେ ବିଦ୍ୟୁତ ଚାଳିତ ହେବ । ଏହାକୁ ଚାର୍ଜ କରିବା ପାଇଁ ଖୁବ କମ ବିଦ୍ୟୁତ ଖର୍ଚ୍ଚ ହୋଇଥାଏ । ଅର୍ଥାତ ୧୦ ଟଙ୍କାର ବିଦ୍ୟୁତରେ ଚାର୍ଜ ହେଲେ ଏହି ସ୍କୁଟର ପ୍ରାୟ ୭୦ରୁ ଅଧିକ କିଲୋମିଟର ଚାଲିପାରିବ । ତେବେ ସେହି ହିସାବରେ ଯଦି ଗୋଟେ ଲିଟର ପେଟ୍ରୋଲର ଦର ୮୦ ଟଙ୍କା ଧରାଯାଏ ତେବେ ୮୦ ଟଙ୍କାରେ ଏହି ସ୍କୁଟର ୫୫୦ କିଲୋମିଟରରୁ ବି ଅଧିକ ଦୁରତା ଅତିକ୍ରମ କରିପାରିବ ।

ପାୱାର ଏବଂ ଫିଚର :

ଯଦି ଆମେ ପାୱାର ଏବଂ ଫିଚର କଥା କହିବା ତେବେ ଅଥର-୪୫୦ରେ ବିଏଲଡିସି ମୋଟର ଦିଆଯାଇଛି, ଯାହାକି ୫.୪ କେଡବ୍ଲୁର ପାୱାର ଜେନେରେଟ କରିଥାଏ । ମୋଟରକୁ ପାୱାର ଦେବାପାଇଁ ଏଥିରେ ଏକ ୨.୪ କେଡବ୍ଲୁଏଚ୍ ଲିଥିୟମ ଆୟନ ବ୍ୟାଟେରି ଦିଆଯାଇଛି । ମାତ୍ର ୩.୯ ସେକେଣ୍ଡରେ ଏହି ସ୍କୁଟର ଘଣ୍ଟା ପିଛା ୦ ରୁ ୪୦ କିଲୋମିଟର ସ୍ପିଡକୁ ଛୁଇଁ ପାରୁଛି । ଯଦି ଏହି ସ୍କୁଟର ଅଧିକତମ ସ୍ପିଡ କଥା କହିବା ତେବେ ଅଥର-୪୫୦ ଘଣ୍ଟା ପିଛା ୮୦ କିଲୋମିଟର ବେଗରେ ଗତି କରିପାରିବ । ଏହି ଇଲୋକ୍ଟ୍ରୋନିକ ସ୍କୁଟରରେ ୨ଟି ଅଲଗା ଅଲଗା ରେଂଜ ମୋଡ୍ ଦିଆଯାଇଛି, ଯାହାକି ପାୱାର ଏବଂ ଇକୋନୋମି ଏକା ସହିତ କାମ କରିଥାଏ । ବ୍ୟାଟ୍ରି ଇକୋନୋମି ମୋଡରେ ସ୍କୁଟର ୭୫ କିଲୋମିଟର ଏବଂ ପାୱାର ମୋଡରେ ଏହି ସ୍କୁଟର ୬୦ କିଲୋମିଟର ଦୂରତା ଅତିକ୍ରମ କରିବାର କ୍ଷମତା ରଖିଛି ।

ଫିଚର୍ସ :

ଏହି ସ୍କୁଟରରେ ଆଣ୍ଡ୍ରଏଡ ବେସ୍ଡ ଟଚସ୍କ୍ରିନ ଡିସପ୍ଲେ ଦିଆଯାଇଛି । ଏଥିସହିତ ଏଥିରେ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସିଷ୍ଟମ ମଧ୍ୟ ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଏହି ସ୍କୁଟର ଲଞ୍ଚ ହୋଇପାରେ ବୋଲି ଜଣାପଡିଛି ।