କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଭୋଟରଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଜେନ୍-ଜେଡ୍ ବା ନୂଆ ପିଢ଼ିର ଏହି ଭୋଟର ଏବେ କେବଳ ମେନଷ୍ଟ୍ରିମ ମିଡିଆ ନୁହେଁ, ସୋସିଆଲ୍ ମିଡିଆରେ ଆସୁଥିବା ଖବରକୁ ବି ପରଖୁଛନ୍ତି । ତା’ ଭିତରେ ସେମାନେ ନେଉଛନ୍ତି ନିଷ୍ପତ୍ତି । ଚଳିତ ନିର୍ବାଚନରେ ସୋସିଆଲ୍ ମିଡିଆ ନୂଆ ଭୋଟରଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
ଏହି ନୂଆ ଭୋଟର ଏବେ ଏକ ନିର୍ଣାୟକ ଭୂମିକା ନେଇପାରନ୍ତି । ହାତରେ ସ୍ମାର୍ଟ ଫୋନ୍ ସାଙ୍ଗକୁ ଏମାନେ ଖବର ପାଇଯାଉଛନ୍ତି ସ୍ମାର୍ଟ ଫୋନରେ । କହିବାକୁ ଗଲେ ହାତରେ ରହୁଛିି ଟିଭି । ୧୮ରୁ ୨୫ ବର୍ଷର ଏହି ଭୋଟରମାନେ କେବଳ ମୁଖ୍ୟସ୍ରୋତ ମିଡିଆ ନୁହେଁ, ସୋସିଆଲ ମିଡିଆରୁ ବି ଖବର ପରଖି ଦେଖୁଛନ୍ତି ।
ଭାରତରେ ଏବେ ୪୩ କୋଟି ଲୋକଙ୍କ ହାତରେ ରହିଛି ସ୍ମାର୍ଟ ଫୋନ୍ । ୨୦୧୪ ନିର୍ବାଚନରେ ୫୪୩ଟି ଲୋକସଭା ଆସନରୁ ମାତ୍ର ୫ ପ୍ରତିଶତ ଭୋଟ୍ ବ୍ୟବଧାନରେ ଜିତିଥିଲେ ୯୨ ସାଂସଦ । ଜେନ୍-ଜେଡରେ ଏହି ଭୋଟରଙ୍କ ସଂଖ୍ୟା ହେଉଛି ଦେଶର ମୋଟ ଭୋଟରଙ୍କର ୯ ପ୍ରତିଶତ । ତେଣୁ ଏମାନେ ଯେ ଭୋଟରେ ଏକ ନିର୍ଣାୟକ ଭୂମିକା ନେବେ ତାହା ଅସ୍ୱୀକାର କରିହେବ ନାହିଁ ।ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଭୋଟରଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଜେନ୍-ଜେଡ୍ ବା ନୂଆ ପିଢ଼ିର ଏହି ଭୋଟର ଏବେ କେବଳ ମେନଷ୍ଟ୍ରିମ ମିଡିଆ ନୁହେଁ, ସୋସିଆଲ୍ ମିଡିଆରେ ଆସୁଥିବା ଖବରକୁ ବି ପରଖୁଛନ୍ତି । ତା’ ଭିତରେ ସେମାନେ ନେଉଛନ୍ତି ନିଷ୍ପତ୍ତି । ଚଳିତ ନିର୍ବାଚନରେ ସୋସିଆଲ୍ ମିଡିଆ ନୂଆ ଭୋଟରଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Screen-Shot-2019-04-12-at-2.57.05-PM.png)