କନକ ବ୍ୟୁରୋ: ଚଳିତ ସାଧାରଣ ନିର୍ବାଚନକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ନିର୍ବାଚନର ୪୮ ଘଣ୍ଟାକୁ ‘ଡ୍ରାଏ ଡେ’ ଭାବେ କଡ଼ାକଡ଼ି ଭାବେ ପାଳନ କରାଯିବ। ସେହି ସମୟରେ ବୁଥ୍ର ୭ରୁ ୧୦ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଜିଲ୍ଲାର ଗୋଟିଏ ଅଞ୍ଚଳରେ ନିର୍ବାଚନ ହେଲେ, ସେହି ଜିଲ୍ଲାର ଅବଶିଷ୍ଟ ଅଞ୍ଚଳରେ ମଧ୍ୟ ମଦ ଦୋକାନଗୁଡ଼ିକ ବନ୍ଦ ରହିବ। ଆଖପାଖ ଅଞ୍ଚଳରୁ ନିର୍ବାଚନ ଅନୁଷ୍ଠିତ ହେଉଥିବା ଅଞ୍ଚଳକୁ ମଦ ଚାଲାଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯିବ।
ଏ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିସନର। ଏହି ନିର୍ଦ୍ଦେଶନାମା ଏବଂ ଏ ସଂପର୍କିତ କେନ୍ଦ୍ରୀୟ ଓ ରାଜ୍ୟ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଅବକାରୀ କମିସନର ଓ ଜିଲ୍ଲାପାଳମାନଙ୍କୁ ତାଗିଦ୍ କରିଛି ଅବକାରୀ ବିଭାଗ। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ୪୮ ଘଣ୍ଟାର ‘ଡ୍ରାଏ ଡେ’ ମତଦାନ ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଅର୍ଥାତ୍ ମତଦାନ ହେଉଥିବା ନିର୍ବାଚନମଣ୍ଡଳୀରେ ଏହି ସମୟ ମଧ୍ୟରେ କୌଣସି ପ୍ରକାରର ମଦ ବା ନିଶା ସୃଷ୍ଟିକାରୀ ଅବକାରୀ ଦ୍ରବ୍ୟ ବିକ୍ରି, ବଣ୍ଟନ ଆଦି ହୋଇପାରିବ ନାହିଁ। ଏପରି କି କୌଣସି ହୋଟେଲ୍ରେ ମଧ୍ୟ ମଦ ଆଦି ଉପଲବ୍ଧ ହେବ ନାହିଁ। ଚୋରାଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ବାଚନ ହେଉଥିବା ସମଗ୍ର ଜିଲ୍ଲାରେ ମଦ ବିକ୍ରି, କାରବାର ବନ୍ଦ ରଖାଯିବ। ଶାନ୍ତି ଶୃଙ୍ଖଳାର ସହିତ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଦିଗରେ ସମସ୍ତ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/48_00000.png)
/kanak/media/post_attachments/wp-content/uploads/2019/04/election_commission_of_india_logo-300x178.jpg)
/kanak/media/post_attachments/wp-content/uploads/2019/04/vote-300x169.jpeg)