ଆଗାମି ନିର୍ବାଚନ ପାଇଁ ରାଜନୈତିକ ଦଳ ନିଜକୁ କରୁଛନ୍ତି ପ୍ରସ୍ତୁତ ! ଚଳିତଥର ୧ ହଜାରରୁ ଅଧିକ ରାଲି କରିବା ଲାଗି ବିଜେପି କରୁଛି ଯୋଜନା

Advertisment
ଆଗାମି ନିର୍ବାଚନ ପାଇଁ ରାଜନୈତିକ ଦଳ ନିଜକୁ କରୁଛନ୍ତି ପ୍ରସ୍ତୁତ ! ଚଳିତଥର ୧ ହଜାରରୁ ଅଧିକ ରାଲି କରିବା ଲାଗି ବିଜେପି କରୁଛି ଯୋଜନା

କନକ ବ୍ୟୁରୋ : ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିସାରିଲେଣି । ଆଗାମୀ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ରଣନୀତି ମଧ୍ୟ ପ୍ରସ୍ତୁତ କରିବା ପାଇଁ ଆରମ୍ଭ କଲେଣି କସରତ । ତେବେ ମିଳିଥିବା ସୂଚନା ଅନୁସାରେ, ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ’ ୧୯ରେ ଶେଷ ହେବ। ମେ’ ୨୩ରେ ଭୋଟ୍ ଗଣତି ହେବ। ନିର୍ବାଚନ ଦିନ ପାଖେଇ ଆସୁଥିବାବେଳେ ଏବେ ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବିଜେପି ନେତାମାନେ ଦେଶବ୍ୟାପୀ ୧୦୦୦ରୁ ଅଧିକ ରାଲି କରିବାର ଯୋଜନା କରିଛନ୍ତି।।

publive-imageବିଜେପି ଦ୍ବାରା ପ୍ରସ୍ତୁତ ଏଜେଣ୍ଡା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାୟ ୨୦୦ ରାଲିରେ ଉଦବୋଧନ ଦେବେ। ଦଳର ପ୍ରମୁଖ ତାରକା ପ୍ରଚାରକମାନଙ୍କ ମଧ୍ୟରେ ଅଛନ୍ତି ବିଜେପି ଜାତୀୟ ସଭାପତି ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନୀତିନ ଗଡ଼କରୀ, ସୁଷମା ସ୍ବରାଜ, ଉମା ଭାରତୀ, ସ୍ମୃତି ଇରାନି, ଶିବରାଜ ସିଂହ ଚୌହାନ। ବିଜେପିର ଏହି ରାଲି ଗୁଡ଼ିକର ଥିମ୍ ରହିବ ‘ କଂଗ୍ରେସର ୫୦ ବର୍ଷର କ୍ଷମତା ବନାମ ୫୦ ମାସର ସେବା।

ଜଣେ ବରିଷ୍ଠ ବିଜେପି ନେତାଙ୍କ କହିବା ଅନୁଯାୟୀ ଦଳର ପ୍ରମୁଖ ନେତାମାନେ କିଏ କେଉଁଠି ଉଦବୋଧନ ଦେବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇଯାଇଛି। ସବୁ ଆସନକୁ ଗୁରୁତ୍ବ ଦେଇ ଦଳ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର କରିଛି। ଯେଉଁ ଆସନ ଗୁଡ଼ିକରେ ଜିତିବାର ସମ୍ଭାବନା ଅଧିକ ରହିଛି ସେହି ଆସନଗୁଡ଼ିକ ଉପରେ ଅଧିକ ଫୋକସ୍ କରାଯିବ। ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର ସମସ୍ତ ନିର୍ବାଚନମଣ୍ଡଳୀରେ ମୋଦୀ ରାଲି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe