ସିଗାରେଟ ଠାରୁ ଲୋକଙ୍କୁ ଦୁରେଇ ରଖିବା ପାଇଁ ଅଭିନବ ପ୍ରୟାସ !  ଧୁମ୍ରପାନ ଛାଡିଲେ କର୍ମଚାରୀଙ୍କୁ କମ୍ପାନୀ ତରଫରୁ ମିଳୁଛି ଅଧିକ ଛୁଟି । 

ସିଗାରେଟ ଏପରି ଏକ ଜିନିଷ ଯାହା ମନୁଷ୍ୟକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ । ସେଥିରେ ଥିବା ନିକୋଟିନର ମାତ୍ରା ଶରୀରକୁ ହାନି ପହଞ୍ଚାଇଥାଏ ।

139

ସିଗାରେଟ ଏପରି ଏକ ଜିନିଷ ଯାହା ମନୁଷ୍ୟକୁ ମୃତ୍ୟୁ ମୁଖକୁ ଟାଣି ନେଇଥାଏ । ସେଥିରେ ଥିବା ନିକୋଟିନର ମାତ୍ରା ଶରୀରକୁ ହାନି ପହଞ୍ଚାଇଥାଏ । ତେଣୁ ଏହାକୁ ରୋକିବା ପାଇଁ ଏକ ମାର୍କେଟିଂ କମ୍ପାନୀ ଅଫିସରେ ଧୁମ୍ରପାନ ରୋକିବା ପାଇଁ ଏକ ବଡ ପଦକ୍ଷକ ଗ୍ରହଣ କରିଛି । ତେବେ ଆସନ୍ତୁ ଜାଣିବା କମ୍ପାନୀ ତା କର୍ମଚାରୀମାନଙ୍କ ପାଇଁ କେଉଁ ପଦକ୍ଷପ ଗ୍ରହଣ କରିଛି । 

ସୂଚନା ଅନୁଯାୟୀ, ଏକ ମାର୍କେଟିଂ କମ୍ପାନୀ ତା କର୍ମଚାରୀ ମାନଙ୍କୁ ସୁଚାଇ ଦେଇଛି କି, ଯଦି ସିଗାରେଟ ପିଉଥିବା ବ୍ୟକ୍ତି ଧୁମ୍ରପାନ କରିବା ବନ୍ଦ କରିଦିଅନ୍ତି ତେବେ ତାଙ୍କୁ ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଛୁଟି ଦିଆଯିବ । ଏଭଳି ଏକ ପଦକ୍ଷପ ଗ୍ରହଣ କରିବା ପଛରେ ଅନ୍ୟ ଏକ କାରଣ ରହିଛି । ପ୍ରକୃତ କଥା ହେଉଛି ଗତ କିଛି ଦିନ ତଳେ କମ୍ପାନୀର ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ନାଁରେ ଅଭିଯୋଗ କରିଥିଲେ କି, କିଛି କର୍ମଚାରୀ ସିଗାରେଟ ପିଇବା ପାଇଁ ବାରମ୍ବାର କାମ ଅଧାରୁ ବାହାରକୁ ଯାଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏପରି ଏକ ପଦକ୍ଷପ ଗ୍ରହଣ କରିଛନ୍ତି । ଯେଉଁ କର୍ମଚାରୀ ସିଗାରେଟ ପିଇବା ଛାଡିବେ ସେମାନଙ୍କୁ ବର୍ଷକୁ ଅଧିକ ୬ଟି ଛୁଟି ପ୍ରଦାନ କରାଯିବ । କମ୍ପାନୀ ଏପରି ପଦକ୍ଷପ ନେବା ପରେ ଚାରିଜଣ କର୍ମଚାରୀ ଧୁମ୍ରପାନ ଛାଡିବାର ନିଷ୍ପତି ନେଇଛନ୍ତି ।

ତେବେ ଆମେ ଏଠାରେ କହିରଖୁଛୁ କି, ପ୍ରତିବର୍ଷ ଜାପାନରେ ୧.୩ ଲକ୍ଷ ଲୋକଙ୍କ ମୃତ୍ୟୁ ଧୁମ୍ରପାନ କରିବା ଦ୍ୱାରା ହେଉଛି । ଠିକ ସେହିଭଳି ଭାରତରେ ମଧ୍ୟ ଧୁମ୍ରପାନ ଦ୍ୱାରା ହେଉଥିବା ମୃତ୍ୟୁ ସଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ଯଦି ଦେଶର ପ୍ରତିଟି କମ୍ପାନୀ ଏଭଳି ପଦକ୍ଷପ ନେବେ ତାହେଲେ ଦେଶରେ ଧୁମ୍ରପାନ କରୁଥିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍ ହୋଇ ପାରନ୍ତା ।