କନକ ବ୍ୟୁରୋ: ତାମିଲନାଡୁରେ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କ ଆକାଶଛୁଆଁ ପ୍ରତିଶ୍ରୁତି । ମଦୁରାଇର ସ୍ୱାଧିନ ବିଧାୟକ ପ୍ରାର୍ଥୀ ଥୁଲମ ସର୍ବନନ ନିର୍ବାଚନ ଜିତିଲେ ହେଲିକପ୍ଟର ଓ ପରିବାର ପିଛା ୧କୋଟି ଟଙ୍କା ଯୋଗାଇ ଦେବା ପ୍ରତିଶ୍ରୁତି ଦେଇଛନ୍ତି । କେବଳ ଏତିକି ନୁହେଁ ବିବାହ ସମୟରେ ସୁନା ଗହଣା ଓ ତିନି ମହଲା ବିଶିଷ୍ଟ କୋଠା ଦେବେ ବୋଲି ଭୋଟରଙ୍କୁ କହିଛନ୍ତି
ଏତିକିରେ ତାଙ୍କ ପ୍ରତିଶ୍ରୁତି ସରି ନାହିଁ । ଜହ୍ନ ଯାଏଁ ଲମ୍ବିଛି ପ୍ରାର୍ଥୀଙ୍କ ପ୍ରତିଶ୍ରୁତି । ନିର୍ବାଚନ ଜିତିଲେ ଚନ୍ଦ୍ରକୁ ଯାତ୍ରା କରାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇ ପକାଇଛନ୍ତି ସ୍ୱାଧିନ ପ୍ରାର୍ଥୀ । ତାମିଲନାଡୁ ସ୍ୱାଧିନ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । କିନ୍ତୁ ପ୍ରକୃତରେ ନିର୍ବାଚନ ଲଢୁଥିବା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଥୁଲମ ସର୍ବନନ ନିର୍ବାଚନ ଜିତିଲେ ପ୍ରତି ପରିବାରକୁ ୧କୋଟି ଟଙ୍କା ସହ ଏହି ପ୍ରତିଶ୍ରୁତି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/966159-tn-polls.jpg)