ୟୁଏଇରେ ହେବ ବୋଲରଙ୍କ ପରୀକ୍ଷା : କିଏ ହାସଲ କରିବ ପର୍ପଲ କ୍ୟାପ ? ରେସରେ ଅଛନ୍ତି ଏହି ଖେଳାଳି 

397

କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ଆଇପିଏଲ । ୟୁଏଇ ମୈଦାନରେ ଦେଖିବାକୁ ମିଳୁଛି ଫଟାଫଟ କ୍ରିକେଟର ମଜା । ତେବେ ଏଥର ଆଇପିଏଲରେ କେଉଁ ବୋଲର ସଫଳତା ହାସଲ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ୟୁଏଇର ଧୀମା ପିଚରେ ବୋଲରମାନେ ବଡ ପରୀକ୍ଷାର ସମ୍ମୁଖୀନ ହୋଇପାରନ୍ତି । ତେବେ ଏଥର କେଉଁ ବୋଲର ପର୍ପଲ କ୍ୟାପ ହାସଲ କରିବେ ଏବେଠୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । 

ଜଶପ୍ରୀତ ବୁମରାହ୍ 

ମୁମ୍ବାଇ ଇଣ୍ଡିଆନ୍ସର ପ୍ରମୁଖ ବୋଲର ହେଉଛନ୍ତି ବୁମରାହ । ତାଙ୍କ ଲାଇନ, ଲେନ୍ଥ ଯୋଗୁଁ ଟି-୨୦ରେ ସେ ସଫଳ ବୋଲର ହୋଇପାରିଛନ୍ତି । ଏଥର ଲାସିଥ ମାଲିଙ୍ଗାଙ୍କ ଅନୁପସ୍ଥିତିରେ ସେ ଦଳ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଚଳିତ ଆଇପିଏଲରେ ସେ ଗୋଟିଏ ମ୍ୟାଚ ଖେଳିଥିଲେ ମଧ୍ୟ ଏଯାଏଁ କୌଣସି ୱିକେଟ ହାସଲ କରିନାହାନ୍ତି । ଗତବର୍ଷ ବୁମରାହ ମୁମ୍ବାଇ ପକ୍ଷରୁ ୧୯ଟି ୱିକେଟ କରିଥଲେ । ତେବେ ଏଥର ମଧ୍ୟ ତାଙ୍କୁ ପର୍ପଲ କ୍ୟାପର ହକଦାର କୁହଯାଉଛି ।    

ପ୍ୟାଟ କମିନ୍ସ 

ଏହ ଅଷ୍ଟ୍ରେଲିଆ କ୍ରିକେଟର କିଛି ଦିନ ହେବ ବେଶ ଭଲ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି । ଏଥର ପ୍ୟାଟ କମିନ୍ସ କୋଲକାତା ନାଇଟ ରାଇଡର ପକ୍ଷରୁ ଖେଳୁଛନ୍ତି । ତେବେ ତାଙ୍କ ପ୍ରଦର୍ଶନ ଯୋଗୁଁ ତାଙ୍କୁ ପର୍ପଲ କ୍ୟାପର ଅଧିକାରୀ ବୋଲି କୁହାଯାଉଛି । 

ରସିଦ ଖାନ 

ଏଥର ଆଇପିଏଲରେ ଆଫଗାନ ବୋଲର ରସିଦ ଖାନଙ୍କ ସ୍ପିନ ଦେଖିବାକୁ ମିଳିବ । ଏଥର ରସିଦ ଖାନ ହାଇଦ୍ରା ପକ୍ଷରୁ ଖେଳୁଛନ୍ତି । ତେବେ ଟି-୨୦ରେ ତାଙ୍କ ବଲକୁ ସାମ୍ନା କରିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଚିନ୍ତା ପାଲଟିଥାଏ । ତେବେ ଆଇପିଏଲର ଧିମା ପିଚ ତାଙ୍କୁ ସୁହାଇବ ବୋଲି କୁହାଯାଉଛି । ଏଥର ତାଙ୍କ ସ୍ପିନର ଯାଦୁରେ ସେ ପର୍ପଲ କୟାପ ହାସଲ କରିପାରନ୍ତି । 

ଦିପକ ଚହର 

ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିବା ପେସ ବୋଲର ଦିପକ ଚହର ଗତ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ମାତ୍ର ୪ ୱିକେଟ ଯୋଗୁଁ ପର୍ପଲ କ୍ୟାପ ଅଧିକାର କରିବାରୁ ବଞ୍ଚି ଯାଇଥିଲେ । ତେବେ ଏଥର ତାଙ୍କୁ ପର୍ପଲ କ୍ୟାପର ଅଧିକାରୀ କୁହାଯାଉଛି । ସେହିପରି ଚଳିତ ଆଇପିଏଲରେ ମଧ୍ୟ ସେ ନିଜ ଯାଦୁ ଦେଖାଇସାରିଲେଣି । ସେ ଗୋଟିଏ ମ୍ୟାଚ ଖେଳି ୨ ୱିକେଟ ହାସଲ କରିଛନ୍ତି ।