କନକ ବ୍ୟୁରୋ: ହେଲଥ୍ କେୟାର କମ୍ପାନୀ ଓ ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନୀ ବେବି ପାଉଡର ଉପରେ ଲାଗିବ ରୋକ୍ । ସବୁ ଦେଶରେ ଏହି ବେବି ଟାଲକମ ପାଉଡରକୁ ବ୍ୟାନ କରାଯିବ । କମ୍ପାନୀର ଏକ ସେୟାରହୋଲ୍ଡର ଏହି ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛନ୍ତି ।
ଅନ୍ତର୍ଜାତୀୟ ସମ୍ବାତପତ୍ର ‘ଦି ଗାଡିଅନ୍’ର ଖବର ମୁତାବକ, ଜନସନ୍ ଆଣ୍ଡ୍ ଜନସନର ବେବି ପାଉଡର ବିକ୍ରିକୁ ୨୦୨୦ରୁ ହିଁ ଅମେରିକା ଓ କାନାଡାରେ ବନ୍ଦ କରିଦିଆଯାଇଛି । କାରଣ ଆମେରିକା ରେଗୁଲେଟର ତରଫରୁ ଏକାଧିକ ଯାଞ୍ଚରେ ଜନସନ୍ ଆଣ୍ଡ୍ ଜନସନର ସାମ୍ପୁଲରେ କାର୍ସିନୋଜେନିକ୍ କ୍ରିସୋଟାଇଲ ଫାଇବର ନାମକ ଏକ ଉପାଦାନ ମିଳିଥିଲା, ଯାହାପରେ ଏହି ଉତ୍ପାଦର ବିକ୍ରିରେ ବ୍ୟାପକ କ୍ଷତି ହୋଇଥିଲା ।
ସୂଚନା ମୁତାବକ, ଏବେ ଜନସନ୍ କମ୍ପାନୀ ଉପରେ ପାଖାପାଖି ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇସାରିଛି ।ଏହି ମାମଲାରୁ ଅଧିକାଂଶ ମାମଲା ମହିଳାମାନଙ୍କ ଦ୍ୱାରା ଦାଏର ହୋଇଛି । ଏହି ପାଉଡର ବ୍ୟବହାର କରିବାରୁ ସେମାନଙ୍କ ଠାରେ ଓଭାରିଆନ୍ କ୍ୟାନସର ଦେଖାଦେଇଥିବା କିଛି ମହିଳା ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଏହି ବେବି ପାଉଡରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ସୂଚନା ରହିଛି ।
Follow Us