ଏଣିକି ଦେଖି ଚାହିଁ କିଣନ୍ତୁ ଗାଡି ।  ଏପ୍ରିଲ ପହିଲାରୁ ବିଏସ-୪ ଗାଡି ପଂଜୀକରଣ ବନ୍ଦ : ଆସିବ ବିଏସ-୬ ମଡେଲ ଗାଡି

337

କନକ ବ୍ୟୁରୋ : ଏପ୍ରିଲରୁ ବିଏସ-୪ ଗାଡି ପଂଜୀକରଣ ବନ୍ଦ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଆସନ୍ତା ଏପ୍ରିଲ ପହିଲାରୁ ବିଏସ-୪ ଗାଡି ପଂଜୀକରଣ ବନ୍ଦ କରିଦିଆଯାଇଛି । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏପ୍ରିଲ ପହିଲା ପରେ ବଜାରକୁ ବିଏସ-୬ ଗାଡି ଆସିବ । ତେଣୁ ମାର୍ଚ୍ଚ ୩୧ ପରେ ଗାଡି କିଣିବା ବେଳେ ସତର୍କ ହୋଇ ଗାଡି କିଣିବାକୁ ପରିବହନ ବିଭାଗ ପରାମର୍ଶ ଦେଇଛି । କାରଣ ଏପ୍ରିଲ ପହିଲାରୁ ଆଉ ବିଏସ-୪ ଗାଡି ପଂଜୀକରଣ ହୋଇପାରିବ ନାହିଁ । ବର୍ତମାନ ରାସ୍ତାରେ ଗଡୁଥିବା ପ୍ରାୟ ୨ ଚକିଆ ଓ ଚାରି ଚକିଆ ଯାନ ଗୁଡିକ ବିଏସ୍-୪ ମଡେଲର ।

କିନ୍ତୁ ଏହି ଯାନ ଗୁଡିକ ଦ୍ୱାରା ଅଧିକ ପ୍ରଦୂଷଣ ହେବାରୁ ଏହି ଗାଡିକୁ ବନ୍ଦ କରିିବା ଲାଗି କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଏଥିପାଇଁ ସମସ୍ତ ଗାଡି କମ୍ପାନୀଗୁଡିକୁ ଚଳିତ ବର୍ଷ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବିକ୍ରି ଲାଗି ସମୟ ଦିଆଯାଇଥିଲା । ଏହା ବିରୋଧରେ କିଛି ଗାଡି ମାଲିକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ସୁପ୍ରିମକୋର୍ଟ ଶୁଣାଣି କରି ସମୟସୀମା ମାର୍ଚ୍ଚ ୩୧ ଯାଏ ବଢାଇଥିଲେ ।